ରିଲିଜ୍ ପୂର୍ବରୁ ୫୦୦ କୋଟି ଆୟ ! ରେକର୍ଡ ସୃଷ୍ଟି କଲା ‘ବାହୁବଲୀ ୨’

ରିଲିଜ୍ ପୂର୍ବରୁ ୫୦୦ କୋଟି ଆୟ ! ରେକର୍ଡ ସୃଷ୍ଟି କଲା ‘ବାହୁବଲୀ  ୨’

Photo Courtesy : http://media2.intoday.in/

‘ବାହୁବଲୀ ୨’ ରିଲିଜ ହେବା ପୁର୍ବରୁ ୫୦୦ କୋଟି ଟଙ୍କା ଆୟ କରି ସାରିଛି । ମିଡିଆ ରିପୋର୍ଟ ଅନୁସାରେଏହି ସିନେମା ରିଲିଜ ପୂର୍ବରୁ ହିଁ ସାଟେଲାଇଟ ରାଇଟସ ଜରିଆରେ ୫୦୦ କୋଟି ଟଙ୍କା ଆୟ କରବାରେ ସଫଳ ହୋଇଛି  । ସିନେ ନିର୍ମାତା କରଣ ଜୋହର ଏହି  ସିନେମାକୁ ହିନ୍ଦୀରେ ମଧ୍ୟ ରିଲିଜ କରୁଛନ୍ତି । ଏଥିପାଇଁ ଧର୍ମା ପ୍ରଡକ୍ସନ ଏହି ସିନେମାର ରାଇଟସକୁ ୧୨୦ କୋଟି ଟଙ୍କାରେ କିଣିଛନ୍ତି ।

ଏହାସହ ଥିଏଟରିକାଲ ରାଇଟସ ବିକ୍ରି କରି ଏହି ସିନେମା ବହୁତ କିଛି ଆୟ କରିଛି । ‘ବାହୁବଲୀ ୨’ ସିନେମାକୁ ଦର୍ଶକ ବହୁତ ଆଗ୍ରହ ସହକାରେ ଆପକ୍ଷା କରିଛନ୍ତି । ଏହି ସିନେମାର ନୂଆ ପୋଷ୍ଟର ନିକଟରେ ରିଲିଜ ହୋଇଯାଇଛି ଯାହାକୁ ଦର୍ଶକ ବହୁତ ପସନ୍ଦ କରିଛନ୍ତି ବୋଲି ଜଣାପଡିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe