ସୌନ୍ଦର୍ଯ୍ୟର ରାଣୀ ମିଦୁବାନ୍ଦା : ପ୍ରାକୃତିକ ସୁଷମା ମଣ୍ଡିତ ଜଳପ୍ରପାତ ଦେଖି ପର୍ଯ୍ୟଟକ ବିମୋହିତ, ହେଲେ ଯିବାକୁ ରାସ୍ତା ନାହିଁ କି ରହଣୀ ବ୍ୟବସ୍ଥା ନାହିଁ

453

କନକ ବ୍ୟୁରୋ : ଓଡ଼ିଶାର ପର୍ଯ୍ୟଟନ ମାନଚିତ୍ରରେ କନ୍ଧମାଳ ଜିଲ୍ଲାର ସ୍ଥାନ ସ୍ୱତନ୍ତ୍ର । ଏଠାରେ ଅଛି ଅନେକ ପର୍ଯ୍ୟଟନ ସ୍ଥଳୀ । ସେଥିମଧ୍ୟରୁ ମିଦୁବାନ୍ଦା ଅନ୍ୟତମ । ପ୍ରାକୃତିକ ସୁଷମାରେ ମଣ୍ଡିତ ମିଦୁବାନ୍ଦା ଜଳପ୍ରପାତ । ଜଳର ଘୋଘୋ ନାଦ ସାଙ୍ଗକୁ ପାହାଡ଼ର ମନୋରମ ଦୃଶ୍ୟ ବେଶ୍ ମନମୁଗ୍ଧକର । ମିଦୁବାନ୍ଦା ପହଞ୍ଚିବା ପୂର୍ବରୁ ରାସ୍ତା କଡ଼େ କଡ଼େ ଥିବା ସୋରିଷ ଫୁଲର କ୍ଷେତ ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରୁଛି । ଜଳପ୍ରପାତର ସୌନ୍ଦର୍ଯ୍ୟ ଉପଭୋଗ କରିବାକୁ ରାଜ୍ୟ ତଥା ରାଜ୍ୟ ବାହାରୁ ଶହ ଶହ ପର୍ଯ୍ୟଟକ ଛୁଟି ଆସୁଛନ୍ତି । ହେଲେ ବିଡ଼ମ୍ବନାର ବିଷୟ ହେଲା ପ୍ରଶାସନ ଓ ପର୍ଯ୍ୟଟନ ବିଭାଗର ଅବହେଳା ଯୋଗୁଁ ଦୃଷ୍ଟି ଆଢ଼ୁଆଳରେ ରହିଯାଉଛି ଏହି ପର୍ଯ୍ୟଟନସ୍ଥଳୀ ।

ଦେଖନ୍ତୁ ମିଦୁବାନ୍ଦା ଜଳପ୍ରପାତ ନିକଟରେ କିପରି ଧାଡ଼ିରେ ବସି ବଣଭୋଜିର ମଜାଉଠାଉଛନ୍ତି ପର୍ଯ୍ୟଟକ । କିଏ ସେଲଫି ନେବାରେ ମସଗୁଲ ତ ଆଉ କିଏ ସୁନ୍ଦର ପରିବେଶକୁ ମନଭରି ଉପଭୋଗ କରୁଛି । ଭୁବନେଶ୍ୱରରୁ ଆସ୍କା ଦେଇ ଆସିଲେ ୨୬୦ କିମି, ଭଞ୍ଜନଗର କଳିଙ୍ଗା ଘାଟି ଦେଇ ଆସିଲେ ୩୦୦ କିମି ଦୂରରେ ପଡ଼େ ମିଦୁବାନ୍ଦା । ଜଳପ୍ରପାତଚ୍ଛ ନିକଟସ୍ଥ ଘଞ୍ଚ ଅଭଦ୍ୟେ ଅରଣ୍ୟ ମନରେ ଶିହରଣ ସୃଷ୍ଟି କରେ । ତେବେ ଏଠାକୁ ଯିବାକୁ ଭଲ ରାସ୍ତା । କେବଳ ଏତିକି ନୁହେଁ ପର୍ଯ୍ୟଟକଙ୍କ ରହିବା ପାଇଁ ମଧ୍ୟ କୌଣସି ବ୍ୟବସ୍ଥା ନାହିଁ ।

ରାସ୍ତାଘାଟ ନଥିବାରୁ ମିଦୁବାନ୍ଦା ଜଳପ୍ରପାତ ଆସିବାକୁ ନିରାଶ ହେଉଛନ୍ତି ପର୍ଯ୍ୟଟକ । ପ୍ରତିଶ୍ରୁତି ଓ ଆଶ୍ୱାସନା ମିଳିଥିଲେ ହେଁ ଏବେ ପର୍ଯ୍ୟନ୍ତ ଜଳପ୍ରପାତଟି ଦୃଷ୍ଟି ଆଢ଼ୁଆଳରେ ରହିଯାଇଛି । ଏହି ଜଳପ୍ରପାତଙ୍କୁ ଅଧିକରୁ ଅଧିକ ପର୍ଯ୍ୟଟକ ଆସିବା ନିମନ୍ତେ ଏହାର ସୌନ୍ଦର୍ଯ୍ୟୀକରଣ ଓ ଭିତ୍ତିଭୂମି ସଜାଡ଼ିବା ଆବଶ୍ୟକ । ଏଦିିଗରେ ରାଜ୍ୟ ସରକାର ତୁରନ୍ତ ପଦକ୍ଷେପ ନିଅନ୍ତୁ ବୋଲି ବିଭିନ୍ନ ମହଲରେ ଦାବି ହୋଇଛି ।