ମାତ୍ର ୩ଶହ ଟଙ୍କା ପାଇଁ ସ୍ତ୍ରୀକୁ ପିଟିପିଟି ମାରିଦେଲା ସ୍ୱାମୀ : ଭାଇ ଅଭିଯୋଗ କରିବାରୁ ୨ ଦିନ ପରେ ମୃତଦେହ ଖୋଳି ବାହାର କଲା ଜୟପୁର ପୋଲିସ

698

କନକ ବ୍ୟୁରୋ : ମାତ୍ର ୩ଶହ ଟଙ୍କା ପାଇଁ ପତ୍ନୀଙ୍କୁ ପିଟିପିଟି ମାରିଦେଲା ସ୍ୱାମୀ । ଏଭଳି ଅଭାବନୀୟ ଘଟଣା ଘଟିଛି କୋରାପୁଟ ଜୟପୁର ଅଂଚଳରେ । ସତ ଲୁଚାଇବାକୁ ସ୍ତ୍ରୀକୁ ମାରିବା ପରେ ମୃତ ଦେହକୁ ମାଟି ତଳେ ପୋତି ଦେଇଥିଲା ସ୍ୱାମୀ । ଏନେଇ ମୃତକଙ୍କ ଭାଇ ଅଭିଯୋଗ କରିବାରୁ ୨ ଦିନ ପରେ ଆଜି ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ମାଟିତଳୁ ମୃତ ଦେହକୁ ଖୋଳି ବାହାର କରିଛି ଜୟପୁର ପୋଲିସ୍ ।

ସୂଚନା ଅନୁଯାୟୀ ଗତ ଦୁଇ ତାରିଖରେ ହତ୍ୟାକରିଥିବା ବ୍ୟକ୍ତି ଜଣଙ୍କ ତାର ପତ୍ନୀକୁ ୩୦୦ ଟଙ୍କା ରଖିବା ପାଇଁ ଦେଇଥିଲା । ଏବଂ ରାତିରେ ଆସି ମଦ ପିଇବା ପାଇଁ ସେହି ଟଙ୍କାକୁ ମାଗିଥିଲେ । ହେଲେ ସେ ଟଙ୍କାରେ ପତ୍ନୀ ଘର ପାଇଁ ସଉଦା କିଣି ଆଣିଥିବା କହିବାରୁ ରାଗି ଯାଇଥିଲା ସ୍ୱାମୀ । ରାଗ ଏତେ ଚଢ଼ି ଯାଇଥିଲା ଯେ ରାତିରେ ପତ୍ନୀଙ୍କ ପିଟିପିଟି ମାରିଦେଇଥିଲା ନୃଶଂସ ସ୍ୱାମୀ । ଆଉ ସତ ଲୁଚାଇବା ପାଇଁ ମୃତ ଦେହକୁ ମାଟି ତଳେ ପୋତି ଦେଇଥିଲା । ଏନେଇ ମୃତକଙ୍କ ଭାଇ ଅଭିଯୋଗ କରିଥିଲେ ।