ସହର ଭିତରେ ଘୁରି ବୁଲୁଛି ଭାଲୁ ! ଯାଜପୁର ବ୍ୟାସନଗରରେ ଭାଲୁ ଆତଙ୍କ

41

କନକ ବ୍ୟୁରୋ : କୌଣସି ଗାଁରେ କିମ୍ବା ଜଙ୍ଗଲିଆ ଅଂଚଳରେ ନୁହେଁ ସହର ଭିତରେ ଘୁରି ବୁଲୁଛି ଭାଲୁ । ଯାଜପୁର ବ୍ୟାସନଗର ଅଂଚଳରେ ଭାଲୁ ଆତଙ୍କ । ଭାଲୁ ଆତଙ୍କରେ ଲୋକେ ଭୟଗୀତ ହୋଇପଡ଼ିଛନ୍ତି । ଭୋର ୫ଟାରୁ ନୂଆ ମାର୍କେଟ ଅଂଚଳରେ ଏକ ଭାଲୁକୁ ଲୋକେ ଦେଖିବାକୁ ପାଇଥିଲେ । ଭାଲୁକୁ ଦେଖିବା ପାଇଁ ଶହ ଶହ ଲୋକ ରୁଣ୍ଡ ହୋଇଯାଇଥିଲେ । ଏହା ପରେ ସ୍ଥାନୀୟ ଲୋକ ଏକାଠି ହୋଇ ଭାଲୁକୁ ଘଉଡାଇବାକୁ ଚେଷ୍ଟା କରିଥିଲେ । ଭାଲୁଟି ଦଳା ନିକଟସ୍ଥ ବ୍ରିଜ ନିକଟରେ ଥିବା ବଣରେ ଲୁଚିରହିଥିଲା ।

ଖବର ପାଇ ବନବିଭାଗ ଓ ଦମକଳବାହିନୀ ଘଟଣା ସ୍ଥଳରେ ପହଚିଂଥିଲେ । ଭାଲୁଟି ଉପରକୁ ପାଣି ମାଡ କରିବା ସହ ବାଣ ଫୁଟାଇ ଧରିବାକୁ ଉଦ୍ୟମ କରିଥିଲେ । କିନ୍ତୁ ଭାଲୁଟିକୁ ଏଯାଏଁ ବନବିଭାଗ ଧରିବାରେ ବିଫଳ ହୋଇଥିବା ବେଳେ ଭାଲୁଟି ଗାଁ ଭିତରକୁ ପଶିଯାଇଛି । ଲୋକମାନେ ମଧ୍ୟ ଭାଲୁ ପଛରେ ଯାଇଛନ୍ତି ।