କେନ୍ଦୁଝରରେ ଭାଲୁ ଆକ୍ରମଣରେ ବନ କର୍ମଚାରୀଙ୍କ ସମେତ ୨ ମୃତ,୯ ଆହତ ! ବନବିଭାଗ ଗୁଳିମାଡରେ ଭାଲୁର ଗଲା ପ୍ରାଣ

100

କନକ ବ୍ୟୁରୋ : ଭାଲୁ ମଣିଷ ଲଢ଼େଇ । କେନ୍ଦୁଝର ସଦର ରେଂଜ ଖାଡ଼ିଆଡ଼ିହା ଗାଁରେ ଭାଲୁ ଆକ୍ରମଣରେ ୨ ଜଣଙ୍କର ଜୀବନ ଯାଇଛି । ଏହା ସହିତ ୯ଜଣ ଗୁରୁତର ଅଛନ୍ତି । ତେବେ ମୃତକଙ୍କ ମଧ୍ୟରେ ଅଛନ୍ତି ଜଣେ ବନବିଭାଗ କର୍ମଚାରୀ । ଅନ୍ୟ ଜଣେ ବନ କର୍ମଚାରୀ ମଧ୍ୟ ଭାଲୁ ଆକ୍ରମଣରେ ଗୁରୁତର ହୋଇଥିବା ସୂଚନା ମିଳିଛି । ଭାଲୁକୁ ଆକ୍ରମଣରେ ଗୁରୁତରଙ୍କୁ ହୋଇଥିବା ଲୋକଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି । ଭାଲୁ ଆତଙ୍କ ପାଇଁ ବନ କର୍ମଚାରୀ ଭାଲୁଟିକୁ ଗୁଳି କରି ହତ୍ୟା କରିଥବା ଜଣାପଡିଛି ।

ସୂଚନା ଅନୁସାରେ ଗତକାଲି ଖାଡ଼ିଆଡ଼ିହା ଗାଁରେ ଭାଲୁ ଉତ୍ପାତ କରିଥିଲା । ଗତକାଲି ଗାଁର କିଛି ଲୋକ ପାଲା ଦେଖି ଫେରୁଥିବା ବେଳେ ଭାଲୁ ଆକ୍ରମଣର ଶିକାର ହୋଇଥିଲେ । ଏହାସହ ଆଜି ସକାଳୁ କିଛି ଲୋକ ଶୌଚ ହେବାକୁ ଯିବା ସମୟରେ ମଧ୍ୟ ଭାଲୁ ଆକ୍ରମଣ କରିିଥିଲା । ଭାଲୁ ଆକ୍ରମଣ ବନ ବିଭାଗ ଭାଲୁକୁ ଘଉଡ଼େଇବା ପାଇଁ ଆପ୍ରାଣ ଉଦ୍ୟମ କରିିଥିଲା । କିନ୍ତୁ ଭାଲୁକୁ ଧରିପାରି ନଥିଲା ବନ ବିଭାଗ । ପରିଶେଷ ଅନ୍ୟ ଉପାୟ ନପାଇ ଭାଲୁକୁ ହତ୍ୟା କରବାକୁ ବାଧ୍ୟ ହୋଇଛି ବନବିଭାଗ । ତେବେ ହିଂସ୍ର ଭାଲୁକୁ ମାରିବା ପରେ ତାର ମୃତଦେହକୁ ଜବତ କରିଛି ବନବିଭାଗ ।