ବିଧାୟକଙ୍କୁ ନବୀନ ମନ୍ତ୍ର : ସରଳ ଜୀବନଯାପନ ଓ ଲୋକଙ୍କ ସହ ଉତ୍ତମ ବ୍ୟବହାର ପାଇଁ ପରାମର୍ଶ ଦେଲେ ମୁଖ୍ୟମନ୍ତ୍ରୀ

387
କନକ ବ୍ୟୁରୋ : ବିଧାୟକଙ୍କୁ ନବୀନ ମନ୍ତ୍ର ।  ବିଧାନସଭାର କାର୍ଯ୍ୟବିଧିର ପାଠ ପଢିଲେ ବିଧାୟକ । ଗୃହର ବ୍ୟବସ୍ଥିତ ଢଙ୍ଗରେ  ବିଧି ବ୍ୟବସ୍ଥା ସମ୍ପର୍କରେ ବିଧାୟକ ମାନେ ପ୍ରଶିକ୍ଷଣ ନେଇଛନ୍ତି ।  ଓଡ଼ିଶା ବିଧାନସଭାର ନୂତନ ସମ୍ମିଳନୀ କକ୍ଷରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ  ଆରମ୍ଭ ହୋଇଛି । ଦୁଇଦିନିଆ କର୍ମଶାଳାଙ୍କୁ ମୁଖ୍ୟମନ୍ତ୍ରୀ ଉଦଘାଟନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ବରିଷ୍ଠ , ଅଭିଜ୍ଞ ବିଧାୟକ ଓ ମନ୍ତ୍ରୀ ଓ ଲୋକସଭା  ସଚିବାଳୟରେ ଅଂଶଗ୍ରହଣ କରି ବିଧାନସଭାର କାର୍ଯ୍ୟବିଧି ଓ ପରିଚାଳନା ନିୟମାବଳୀ ଉପରେ ଆଲୋଚନା କରିଛନ୍ତି । ତେବେ ଏହି କର୍ମଶାଳାରେ ବିଧାୟକଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ବିଜେଡ଼ି ସୁପ୍ରିମୋ ।
ଲୋକଙ୍କ ସହ ଯୋଡି ହୋଇ ରହିବାକୁ ବିଧାନସଭା ବିଧାୟକଙ୍କୁ  ଟିପ୍ସ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।  ନବୀନ କହିଛନ୍ତି, ଗଣତନ୍ତ୍ରର ଜନତା ହେଉଛନ୍ତି ରିଅଲ ମାଷ୍ଟର । ତେଣୁ ସରଳ ଜୀବନଯାପନ କରିବା ସହ ଲୋକଙ୍କୁ ଗୁରୁତ୍ୱ ଦେବା ଓ ଉତ୍ତମ ବ୍ୟବହାର କରିବାକୁ  ପରାମର୍ଶ ଦେଇଛନ୍ତି ନବୀନ । ପ୍ରଶିକ୍ଷଣ ଶିବିରରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର  କହିଥିଲେ,  ପ୍ରତି ୧୫ ଦିନରେ ଥରେ ବିଧାୟକଙ୍କ ବୈଠକ ହେବ । ଏ ନେଇ ନୀତିଗତ ନିଷ୍ପତି  ହୋଇଛି ।  ସରକାରୀ ଯୋଜନାରେ  ହେଉଥିବା ବିଭିନ୍ନ ଖର୍ଚ୍ଚ ଉପରେ ବିଧାୟକଙ୍କୁ ଅବଗତ କରାଯିବ । ବିଧାନସଭାକୁ ପ୍ରଥମ ଥର ପାଇଁ ଆସିଥିବା ବିଧାୟକମାନେ ଏହାଦ୍ୱାରା ଉପକୃତ ହେବେ ।