ବେଆଇନ ପାର୍କିଂ ଫିକୁ ନେଇ ଆକ୍ସନରେ ବିଏମସି : ଭବାନୀ ମଲରେ ବିଡିଏ ଓ ବିଏମସିର ମିଳିତ ସ୍କ୍ୱାର୍ଡର ଚଢ଼ାଉ, ଜବତ ହେଲା ରସିଦ୍ ମେସିନ୍

231

କନକ ବ୍ୟୁରୋ : ବେଆଇନ ପାର୍କିଂ ଫି ଆଦାୟକୁ ନେଇ ଭୁବନେଶ୍ୱରରେ ଆରମ୍ଭ ହୋଇଛି ଧରପଗଡ଼ । ଭବାନୀ ମଲରେ ବିଡିଏ ଓ ବିଏମସିର ମିଳିତ ସ୍କ୍ୱାର୍ଡ ଚଢାଉ କରିଛି । ସପିଂ ମଲ, ହସ୍ପିଟାଲ, ମଲ୍ଟିପ୍ଲେକ୍ସ ଏବଂ ବ୍ୟବସାୟିକ ପ୍ରତିଷ୍ଠାନ ଗୁଡିକ ଗୁଡିକ ପାର୍କିଂ ଫି ନେଲେ, କାର୍ଯାନୁଷ୍ଠାନ ନିଆଯିବ ବୋଲି ବିଡିଏ ସ୍ପଷ୍ଟ କରିଛି । ଏଥିସହ ଆପାର୍ଟମେଂଟ୍ ଏବଂ ଆବାସିକ ବାସଭବନରେ ମଧ୍ୟ ପାର୍କିଂ ଫି ଉପରେ କଟକଣା ଲାଗିଛି ।

ବେଆଇନ ଭାବେ ପାର୍କିଂ ଫି’ ଆଦାୟ କରିବ ତାଙ୍କ ଉପରେ କଠୋର କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହିଭଳି ନିର୍ଦ୍ଦେଶନାମା ବିଡିଏ ପକ୍ଷରୁ ବୁଧବାର ସଂଧ୍ୟାରେ ଜାରି ହୋଇଥିଲା । ହେଲେ ଯେଉଁମାନଙ୍କ ପାଇଁ ଏହି ନିର୍ଦ୍ଦେଶନାମା ଜାରି ହେଲା, ସେମାନେ ଗତକାଲି କର୍ତ୍ତୃପକ୍ଷଙ୍କୁ ଖୋଲା ଚାଲେଞ୍ଜ ଦେଇ ବେଆଇନ ଭାବେ ପାର୍କିଂ ଫି’ ଆଦାୟ କରିଥିଲେ । ନିର୍ଦ୍ଦେଶନାମା ଜାରି ହେବାର ୨୪ଘଣ୍ଟା ନ ପୂରୁଣୁ ସେମାନେ ପୂର୍ବ ଭଳି ପାର୍କିଂ ଫି’ ଆଦାୟ କରିବାରେ ଖବର ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଏହା ବିରୋଧରେ ବିଡିଏ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି । ଭବାନୀ ମଲରେ ମଧ୍ୟ ପାର୍କି ଫି ନିଆଯାଉଥିବା ବିଡିଏ ନଜରକୁ ଆସିଥିଲା । ଏହା ପରେ ଆଜି ବିଏମସି ଓ ବିଡିଏ ପକ୍ଷରୁ ମିଳିତ ଚଢାଉ କରାଯାଇଛି ।