ନବୀନ ନିବାସରେ ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ପୁତୁରା ! ଶଙ୍ଖ ଫୁଙ୍ଖିବେ ହରଶ୍ଚନ୍ଦ୍ର ପଣ୍ଡା

246

କନକ ବ୍ୟୁରୋ : ନିର୍ବାଚନ ପାଖେଇ ଆସୁଥିବା ବେଳେ ଚାଲିଛି ଦଳଡ଼ିଆଁ ରାଜନୀତି । ବିଜୟ ସମ୍ଭାବନା ଥିବା ଦଳରୁ ଟିକଟ ହାତେଇବା ପାଇଁ ନେତାମାନେ ଉଦ୍ୟମ କରିଥାନ୍ତି । ତେବେ ଏହା କିଛି ନୂଆକଥା ନୁହେଁ ଏବଂ ଓଡ଼ିଶା ରାଜନୀତି ମଧ୍ୟ ଏହି ପ୍ରକ୍ରିୟା ସହ ଅଭ୍ୟସ୍ତ । ଏବେ ବି ନିର୍ବାଚନ ପାଖେଇ ଆସୁଥିବା ବେଳେ ରାଜ୍ୟ ବିଜେପିକୁ ଲାଗିବ ଶକ୍ତ ଝଟକା । ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ପୁତୁରା ଆଜି ବିଧିବଦ୍ଧ ଭାବେ ବିଜେଡ଼ିରେ ସାମିଲ ହେବାକୁ ଯାଉଛନ୍ତି ।

ବିଜେଡିରେ ଯୋଗଦେବେ ରାଜ୍ୟ ବିଜେପି ସଭାପତିଙ୍କ ପୁତୁରା । ସବୁଜ ଶିବିରରେ ଶରଣ ନେଇଛନ୍ତି ବସନ୍ତ ପଣ୍ଡାଙ୍କ ପୁତୁରା ହରିଶ୍ଚନ୍ଦ୍ର ପଣ୍ଡା । ବିଜେଡିର ହାତ ଧରିବା ପୂର୍ବରୁ ଦାଦାଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ହରିଶ୍ଚନ୍ଦ୍ର । କହିଛନ୍ତି ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା ମାଟି ପାଇଁ ନୁହେଁ ପାର୍ଟି ପାଇ କାମ କରୁଛନ୍ତି ।

ଗତ ପଂଚାୟତ ନିର୍ବାଚନରୁ ନୂଆପଡାରେ ବସନ୍ତଙ୍କୁ ବିରୋଧ କରିଆସୁଛନ୍ତି ହରିଶ୍ଚନ୍ଦ୍ର । ଏପରିକି ଗତ ପଂଚାୟତ ନିର୍ବାଚନରେ ନୂଆପଡାରେ ବିଜେପିକୁ ହରାଇବା ପାଇଁ ତାଙ୍କ ଉଦ୍ୟମ ସଫଳ ହୋଇଥିଲା ।ସେ କହିଛନ୍ତି ୨୦୧୯ରେ ଆମେ ବସନ୍ତ ପଣ୍ଡାଙ୍କୁ ହରାଇବୁ । ବସନ୍ତ ପଣ୍ଡା ମାଟି ପାଇଁ ନୁହେଁ ପାର୍ଟି ପାଇଁ କାମ କରନ୍ତି । ମୋ ମା’ ମାଟି ପାଇଁ ଲୋକଙ୍କ ସେବା କରିବା ମୋର ଇଚ୍ଛା । ନିର୍ବାଚନ ଲଢ଼ିବା ପାଇଁ ଇଚ୍ଛା ନାହିଁ ।