୩୦ବର୍ଷ ବୟସରେ ପାଦ ଦେଲେ ବଲିଉଡର ନଟଖଟ ଅଭିନେତା ବରୁନ ଧାୱନ । ନିର୍ଦ୍ଦେଶକ ଡେଭିଡ ଧାୱନଙ୍କ ସାନ ପୁଅ ବରୁନ ଗତକାଲି ମୁମ୍ବାଇରେ ଧୁମଧାମରେ ନିଜ ଜନ୍ମ ଦିନ ପାଳନ କରିଛନ୍ତି । ପଂଜାବୀ ପରିବାରରେ ଜନ୍ମ ହୋଇଥିବା ବରୁନ ବିଜନେସ ମ୍ୟାନେଜମେଂଟ ଡିଗ୍ରୀ ହାସଲ କରିଛନ୍ତି । କରନ ଜୋହରଙ୍କ ସହଯୋଗୀ ନିର୍ଦ୍ଦେଶକ ଭାବେ ସେ କ୍ୟାରିୟର ଆରମ୍ଭ କରିଥିଲେ ।
ଏହା ପରେ ୨୦୧୨ରେ ‘ଷ୍ଟୁଡେଟଂ ଅଫ ଦ ଇୟର’ ଜରିଆରେ ବଲିଉଡରେ ହିରୋ ଭାବେ ପ୍ରବେଶ କରିଥିଲେ । ଡେବ୍ୟୁ ସିନେମା ହିଟ ହେବା ପରେ ବରୁନ ଏଯାଏଁ ପ୍ରାୟ ୧୦ଟି ସିନେମାରେ ଅଭିନୟ କରିସାରିଲେଣି । ଜନ୍ମଦିନ ଅବସରରେ ଅପକମିଂ ସିନେମା ‘ଜୁଡୱା’ର ନୂଆ ପୋଷ୍ଟର ରିଲିଜ କରାଯାଇଛି । ଏଥିରେ ବାପା ଡେଭିଡ ଧାୱନଙ୍କ ସହ ଡବଲ ଅବତାରରେ ନଜର ଆସିଛନ୍ତି ବରୁନ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/04/xxxxxxv.jpg)