ରଖେ ହରି ମାରେ କିଏ ? ପ୍ଲାଟଫର୍ମ ଓ ଟ୍ରେନ୍ ମଝିରେ ଦୀର୍ଘ ସମୟ ଧରି ଫସି ରହିଲେ ଯୁବତୀ, ସୁରକ୍ଷିତ ଉଦ୍ଧାର କରି ମେଡ଼ିକଲା ପଠାଗଲା

1,051

କନକ ବ୍ୟୁରୋ : କଥାରେ ଅଛି  ରଖିଲେ ହରି ମାରିବ  କିଏ । ଏଭଳି ଘଟଣା ଘଟିଛି  ବାରିପଦା ସହର ଭଞ୍ଜପୁର ରେଳଷ୍ଟେସନରେ । ପ୍ଲାଟଫର୍ମ ଓ ରେଳ ମଝିରେ ଜଣେ ଯୁବତୀ ଦୀର୍ଘ ସମୟ ଧରି ଫସି ରହିଥିଲେ ବି ତାଙ୍କର କୌଣସି କ୍ଷତି ହୋଇନାହିଁ । ଯୁବତୀ ଜଣକ ବେତନଟୀ ଅଂଚଳର ଅନୀତା ସାହୁ ବୋଲି ଜଣାଯାଇଛି ।

ଖବର ଅନୁସାରେ,  ବାଙ୍ଗିରିପୋଷି-ବାରିପଦା-ବାଲେଶ୍ୱର ଡିଏମୟୁ ଟ୍ରେନ ବାଙ୍ଗିରିପୋଷିରୁ  ଆସି ଭଞ୍ଜପୁର ଷ୍ଟେସନରେ ପଂହଚିଥିଲା । ଭଞ୍ଜପୁରଠାରୁ ବାଲେଶ୍ୱର ଅଭିମୁଖେ ଟ୍ରେନ ଛାଡିଥିଲା । ଟ୍ରେନର ବେଗ କମ ଥିବାରୁ ଅନୀତା ଟ୍ରେନରେ  ଚଢିବାକୁ ଉଦ୍ୟମ କରିଥିଲେ । କିନ୍ତୁ ହଠାତ ତାଙ୍କର ଗୋଡ ପ୍ଲାଟଫର୍ମ ଓ ରେଳ ମଝିରେ ଖସିପଡିଥିଲା ।  ତେବେ ଟ୍ରେନ ଚାଲୁଥିବାରୁ  ତାଙ୍କୁ କେହି ଉଦ୍ଧାର କରିବାକୁ ସାହସ କରିନଥିଲେ ।

ଟ୍ରେନ ଯିବା ପରେ ଅନୀତାକୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇ ମେଡିକାଲକୁ ପଠାଯାଇଥିଲ । ଅନୀତା ସାଙ୍ଗମାନଙ୍କ ସହ ବାରିପଦା ମେଳା ଦେଖିବାକୁ ଆସିଥିଲେ । ଡିଏମୟୁ ଟ୍ରେନରେ ଘରକୁ ଫେରିବା ସମୟରେ ଏଭଳି ଦୁର୍ଘଟଣା ଘଟିଥିଲା । ଯୁବତୀଙ୍କ ଗୋଡ ଓ ହାତରେ ଗୁରୁତର ଆଘାତ ଲାଗିଛି ।