କନକ ବ୍ୟୁରୋ : ନାବାଳିକା ସହ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ । ଗାଁପାଖ ମେଳାକୁ ବୁଲାଇ ନେବା କହି ନାବାଳିକା ସହ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଘଟଣାଟି ଘଟିଛି ମୟୁରଭଂଜ ଜିଲ୍ଲା ବେତନଟୀ ଥାନା ଗରୁଡବଶା ଗାଁରେ । ଗାଁର ଜାମିନିକାନ୍ତ ମହାନ୍ତ ସେହି ଗାଁର ଚତୁର୍ଥ ଶ୍ରେଣୀରେ ପଢୁଥିବା ନାବାଳିକାକୁ ଗାଁ ପାଖରେ ଲାଗିଥିବା ମେଳାକୁ ବୁଲାଇବା ପାଇଁ ନେଇଥିଲା । ତେବେ ସଂଧ୍ୟା ହେଲା ପରେ ସମ୍ପୃକ୍ତ ଅଭିଯୁକ୍ତ ଫେରି ଆସିଥିଲେ ସୁଦ୍ଧା ନାବାଳିକାର କୌଣସି ପତ୍ତା ମିଳିନଥିଲା ।
ଏନେଇ ଗାଁଲୋକେ ଅଭିଯୁକ୍ତକୁ ପଚରାଉଚରା କରିଥିଲେ ମଧ୍ୟ କୌଣସି ସନ୍ତୋଷଜନକ ଉତ୍ତର ପାଇନଥିଲେ । ଫଳରେ ଗାଁଲୋକେ ନିଜେ ଖୋଜାଖୋଜି କରିବା ପରେ ଆଜି ସକାଳୁ ଜଙ୍ଗଲରେ ନାବାଳିକାର ମୃତଦେହ ପାଇଥିଲେ । । ଲୋକେ ଅଭିଯୁକ୍ତ ଘରକୁ ଆକ୍ରମଣ କରିଛନ୍ତି। ଗାଁରେ ଏହାକୁ ନେଇ ପ୍ରବଳ ଉତ୍ତେଜନା ଦେଖା ଦେଇଛି।ତେବେ ପୁଲିସ ଠିକ୍ ସମୟରେ ନପହଂଚିଥିବା ନେଇ ଗାଁଲୋକଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/06/RAPE-2.jpg)