ଓଠ ମାଧ୍ୟମରେ ମୋବାଇଲ ରିଚାର୍ଜ କରୁଛନ୍ତି ଦିବ୍ୟାଙ୍ଗ ଯୁବକ ! ହାତ ଗୋଡ଼ ନଥାଇ ମଧ୍ୟ ପରିବାର ପ୍ରତିପୋଷଣ କରିବାରେ ସକ୍ଷମ

103

କନକ ବ୍ୟୁରୋ : ଅକ୍ଷମ ହୋଇ ବି ସକ୍ଷମ । ଦିବ୍ୟାଙ୍ଗ ହୋଇ ଜନ୍ମ ହେବା ଅନେକଙ୍କ ପାଇଁ ଅଭିଶାପ ପାଲଟିଯାଏ । ଏପରିକି ଆମ ସମାଜରେ ଅନେକ ଦିବ୍ୟାଙ୍ଗ ଅଛନ୍ତି ଯେଉଁମାନଙ୍କୁ ସାଧାରଣ ଲୋକ ପରିବାର ପାଇଁ ବୋଝ ବୋଲି ଭାବିଥାନ୍ତି । ଦିବ୍ୟାଙ୍ଗ ହେଲେ ମଧ୍ୟ ଅନେକ ଲୋକ ଏପରି ଥାଆନ୍ତି ଯେଉଁମାନେ ସମାଜ ପାଇଁ ଉଦାହରଣ ସୃଷ୍ଟି କରନ୍ତି । ସକ୍ଷମ ଲୋକଙ୍କ ଅପେକ୍ଷା ଅଧିକ ସ୍ଥିର ତଥା ମହଜୁତ ବୋଲି ପ୍ରମାଣ ଦେଖାନ୍ତି । କିନ୍ତୁ ସେମାନଙ୍କ ଧାରଣାକୁ ପ୍ରମାଣିତ କରିଛନ୍ତି ବରଗଡର କମଳ ସାହୁ ।

ଦୃଢ ଇଚ୍ଛାଶକ୍ତି ଆଗରେ ହାର ମାନିଛି ଶାରୀରିକ ଦୁର୍ବଳତା । ନିଜେ ନିଜେ ଠିଆ ହେବା ତ ଦୂରର କଥା ବସିବା ବି ବଡ କଷ୍ଟ । ତଥାପି ନିଜ କାନ୍ଧରେ ବୋହିଛନ୍ତି ପରିବାରର ଆର୍ଥିକ ବୋଝ । ବରଗଡ ସଦର ବ୍ଲକ ବିରମାଳ ଗାଁର ଦିବ୍ୟାଙ୍ଗ ଯୁବକ କମଳ ସାହୁ । ଜନ୍ମରୁ ୯୦ ପ୍ରତିଶତ କମଳ ଖଟିଆରେ ଶୋଇ ରହି ନିଜ ଓଠ ସାହାଯ୍ୟରେ କରୁଛନ୍ତି ମୋବାଇଲ୍ ରିଚାର୍ଜ । ଅତି ସହଜରେ ଓଠ ଦ୍ୱାରା ନମ୍ବର ଡାଏଲ କରି ମାସକୁ ପ୍ରାୟ ୧ ଲକ୍ଷ ଟଙ୍କାର ରିଚାର୍ଜ କରୁଛନ୍ତି । ଏଥିପାଇଁ ତାଙ୍କୁ ବିଭିନ୍ନ ସ୍ଥାନରେ ସମ୍ମାନିତ ମଧ୍ୟ କରାଯାଇଛି । ଆଗକୁ ଗୋଟିଏ ମୋବାଇଲ ଦୋକାନ କରି ସ୍ୱାବଲମ୍ବୀ ହେବା ପାଇଁ ଉଦ୍ଦେଶ୍ୟ ରଖିଥିବା କମଳ ସରକାରୀଙ୍କୁ ସହାୟତା ପାଇଁ ନିବେଦନ କରିଛନ୍ତି ।