ବରଗଡ ଫୁଲ କୋବି ଚାଷୀଙ୍କୁ ଧୋକ୍କା ଦେଲା ନକଲି ବିହନ ! ଅଂଟାଏ ଉଚ୍ଚର ଗଛ ଅଛି ହେଲେ ଫୁଲ ନାହିଁ

50

କନକ ବ୍ୟୁରୋ : ସବୁ ବେଳେ ସମସ୍ୟା ଘେରରେ ବରଗଡ଼ ଜିଲ୍ଲାର ଚାଷୀ । କେତେବେଳେ ଅଭାବୀ ବର୍ଷା ତ କେତେବେଳେ ପୋକ ଦାଉ ଚାଷୀକୂଳ ପ୍ରଭାବିତ କରିଥାଏ । ଅନେକ ଦୁଃଖ ଦୁର୍ଦଶା ଦେଇ ଗତି କରୁଥିବା ଚାଷୀଙ୍କୁ ଠକି ଦେଇଛି ବିହନ । ନକଲି ବିହନ ଯୋଗୁଁ ଭାଙ୍ଗି ପଡିଛନ୍ତି ଜିଲ୍ଲାର ଫୁଲ କୋବି ଚାଷୀ ଫୁଲ । ବରଗଡ଼ ଜିଲ୍ଲାରେ ଚିନ୍ତାରେ ପଡ଼ି ଯାଇଛନ୍ତି ଚାଷୀକୁଳ । କେତେବେଳେ ମରୁଡ଼ି ପାଇଁ ଅନ୍ୟ କେତେବେଳେ ଅଦିନିଆ ବର୍ଷା ପାଇଁ । ଏହା ସାଙ୍ଗକୁ ରୋଗ ପୋକ ଚାଷୀକୁ ସର୍ବସାନ୍ତ କରି ଦେଇଛି । ଏବେ ଚାଷୀ ଫୁଲ କୋବି ବିହନ ଆଣି ଠକାମିର ଶିକାର ହୋଇଛନ୍ତି । ଏନେଇ ଉଦ୍ୟାନ ବିଭାଗ ଏବଂ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ଚାଷୀ ।

ବରଗଡ ଚାଷୀ ପିଛା ଛାଡୁନି ସମସ୍ୟା । ବିଲରେ ଅଂଟାଏ ଉଚ୍ଚର ଫୁଲ କୋବି ଗଛ ବଢ଼ିଛି । ହେଲେ ଫୁଲ ନାହିଁ । ଯାହାକୁ ନେଇ ଚିନ୍ତାରେ ପଡ଼ିଯାଇଛି ଚାଷୀକୁଳ । ବରଗଡ଼ ଜିଲ୍ଲାର ସରସରା ପଂଚାୟତର ତେଳେନଟିକ୍ରା ଗାଁରେ ଚାଷୀ ଫଲ କୋବି ଚାଷ କରି ଅଡୁଆରେ ପଡିଯାଇଛନ୍ତି । ସୁଦାମ ସାହୁ, ନିଳାଂଚଳ ସାହୁଙ୍କ ଭଳି ଅନେକ ଚାଷୀ ଫୁଲ କୋବି ଚାଷ କରି କ୍ଷତିଗସ୍ତ ହୋଇଛନ୍ତି । ଧାନ ଚାଷରେ କ୍ଷତିଗ୍ରସ୍ତ ହେବା ପରେ ପରିବା ଚାଷ କରି ପରିବାର ପୋଷିବାର ଆଶା ଏମାନଙ୍କ ମରି ଯାଇଛି ।

bargarh

ଚାଷୀଙ୍କୁ ଧୋକ୍କା ଦେଇଛି ନକଲି ବିହନ । ବଜାରରୁ ବିହନ କିଣି ଚାଷ କରିଥିବା ଚାଷୀ ଧାର କରଜ କରି ଫସଲ ସାର ଔଷଧ ସିଂଚଳନ କଲେ । ଗଛ ବି ବେସ୍ ସୁନ୍ଦର ଭାବେ ବଢିଲା । ଆଶା ଥିଲା ଭଲ ଫୁଲ ହେବ ହେଲେ ଚାଷର ୩ ମାସ ପରେ ବି ଫୁଲର ଦେଖାନାହିଁ । ଆଗକୁ ବି ଫୁଲ ହୋଇପାରିବ ନାହିଁ, କାରଣ ଗଛ ପତ୍ର ସବୁ ସୁଖିଗଲାଣି । କ୍ଷତିଗ୍ରସ୍ତ ଚାଷୀ, ସେମାନଙ୍କ ସମସ୍ୟା ବାବଦରେ ଉଦ୍ୟାନ ବିଭାଗ ଏବଂ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ବରଗଡ଼ ଜିଲ୍ଲାରେ ଶହଶହ ନକଲି ବିହନ କଂପାନୀ କାୟା ବିସ୍ତାର କରିଥିବା ବେଳେ ସେମାନଙ୍କ ଶୋଷଣ ଶିକାର ହେଉଛନ୍ତି ଚାଷୀ ।