ବିଜେଡ଼ିରେ ମିଶିବେ ସୁବଳଙ୍କ ପରିବାର ! ସ୍ପଷ୍ଟ କଲେ ବିଧାୟକଙ୍କ ପୁଅ

Advertisment
ବିଜେଡ଼ିର ୧୪ ଜଣିଆ ନୂଆ ମୁଖପାତ୍ର ତାଲିକା । ନିଯୁକ୍ତ ଦେଲେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ, କିଏ ଆସିଲେ କିଏ ପଡ଼ିଲେ ବାଦ୍ । ଜାଣନ୍ତୁ....

କନକ ବ୍ୟୁରୋ : ବିଜେଡ଼ିରେ ମିଶିବେ ସୁବଳଙ୍କ ପରିବାର । ନିକଟରେ ପରଲୋକ ଘଟିଥିବା ବରଗଡ଼ ଜିଲ୍ଲା ବିଜେପୁର ନିର୍ବାଚନ ମଣ୍ଡଳୀର ବିଧାୟକ ସ୍ୱର୍ଗତ ସୁବଳ ସାହୁଙ୍କ ପରିବାର ବିଜୁ ଜନତା ଦଳରେ ସାମିଲ ହେବେ । ସ୍ୱର୍ଗତ ବିଧାୟକ ସୁବଳ ସାହୁଙ୍କ ପୁଅ ସୁମିତ ସାହୁ ଗୁରୁବାର ଏହା ସ୍ପଷ୍ଟ କରିଛନ୍ତି । ମିଳିଥିବା ସୂଚନା ଅନୁସାରେ ସୁବଳଙ୍କ ପରିବାର ଆଗାମୀ ସେପ୍ଟେମ୍ବର ୨୩ରେ କଂଗ୍ରେସ ଛାଡ଼ି ବିଜେଡ଼ିରେ ସାମିଲ ହେବେ।

bjd ପ୍ରତିକ୍ରିୟାରେ ସୁମିତ କହିଛନ୍ତି, ବାପାଙ୍କ ଅଧୁରା ସ୍ୱପ୍ନକୁ ଆମେ ପୁରଣ କରିବୁ । ବିଜେଡ଼ିରୁ ଆମ ପରିବାରକୁ ପ୍ରତିଶୃତି ମିଳିଛି । ବିଜେଡି ପକ୍ଷରୁ ମା’ଙ୍କୁ ପ୍ରତିଶୃତି ମିଳିଥିବା କଥା ସୁମିତ ସୂଚନା ଦେଇଛନ୍ତି। ସୁବଳଙ୍କ ପରିବାର ବିଜେଡ଼ିରେ ସାମିଲ ହେବା ନେଇ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ ବୁଧବାର ସୂଚନା ଦେଇଥିଲେ ଯେ, ବିଜେପୁର ବିଧାନସଭା ନିର୍ବାଚନ ପାଇଁ ଉପନିର୍ବାଚନ ହେବ । ଗତ ଅଗଷ୍ଟ ୨୨ରେ ସୁବଳଙ୍କ ପରଲୋକ ଘଟିଥିଲା ।

ସୂଚନାଯୋଗ୍ୟ ଯେ, ବରଗଡ଼ ଜିଲ୍ଲାରେ କଂଗ୍ରେସର ପ୍ରଭାବ ନଥିଲେ ମଧ୍ୟ ନିଜସ୍ୱ ସ୍ୱତନ୍ତ୍ର ପରିଚୟ ଯୋଗୁଁ ସ୍ୱର୍ଗତ ସୁବଳ ସାହୁ ବିଗତ ଦିନରେ ୩ଥର ବିଧାନସଭା ନିର୍ବାଚନରେ ବିଜୟୀ ହୋଇ ପାରିଥିଲେ । ସେ ୨୦୦୪, ୨୦୦୯ ଓ ୨୦୧୪ରେ ହୋଇଥିବା ବିଧାନସଭା ନିର୍ବାଚନରେ ବିଜୟୀ ହୋଇଥିଲେ । ୨୦୧୪ରେ ସୁବଳ ବିଜେଡ଼ିର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟକୁ ପରାସ୍ତ କରି ଓଡ଼ିଶା ବିଧାନସଭାକୁ ୩ୟ ଥର ପାଇଁ ପହଞ୍ଚି ପାରିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe