କନକ ବ୍ୟୁରୋ : ଛାତ୍ରଙ୍କ ପାଇଁ କାଳ ହେଲା କପି । ପରୀକ୍ଷାରେ କପି କରି ଧରାପଡିବା ପରେ ଆତ୍ମହତ୍ୟା କରିଛନ୍ତି ଛାତ୍ର । ମୃତ ଯୁକ୍ତ ୨ ଛାତ୍ର ଜଣଙ୍କ ହେଉଛନ୍ତି ବରଗଡ ଜିଲ୍ଲା ଭଟଲି ଥାନା କାଶିପାଲି ଗାଁର ଅଟଳ ସା । ୧୧ ତାରିଖରେ ମାତୃଭାଷା ପରୀକ୍ଷା କପି କରି ଧରାପଡିଥିଲେ ଅଟଳ ।
ଏହାପରେ ସେ ସେହିଦିନ ପରୀକ୍ଷା କେନ୍ଦ୍ରରୁ ଘରକୁ ନଫେରି ବାଟରେ ବିଷ କିଣି ପିଇ ଦେଇଥିଲେ । ତେବେ ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ବରଗଡ ଓ ପରେ ବୁର୍ଲା ମେଡିକାଲରେ ଭðò କରାଯାଇଥିଲା । ବୁର୍ଲାରେ ଚିକିତ୍ସାଧିନ ଅବସ୍ଥାରେ ଅଟଳଙ୍କର ମୃତ୍ୟୁ ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/03/vlcsnap-2017-03-17-12h25m35s624.png)