କନକ ବ୍ୟୁରୋ : ନୃସିଂହନାଥକୁ ବଣଭୋଜି କରିବାକୁ ଆସିଥିବା ଭୁବନେଶ୍ୱରର କେତେକ ଯୁବକ ଭୋଜି ସାରି ଫେରୁଥିବାବେଳେ ସେମାନଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଛି । ଏମାନଙ୍କ କାରଟି ପଦ୍ମପୁର-ବିଜେପୁର ରାସ୍ତାର ଦୁଗବାହାଲ ନିକଟରେ ଏକ ଗଛରେ ପିଟି ହୋଇଯିବାରୁ ଘଟଣାସ୍ଥଳରେ ହିଁ ୩ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଆଉ ଦୁଇଜଣ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ମୃତକମାନେ ହେଉଛନ୍ତି ଭୁବନେଶ୍ୱରର ବଳରାମ ସେଠୀ, ମହେନ୍ଦ୍ର ଖଟୁଆ,ଓ ଅନନ୍ତ ବେହେରା । ସେହିପରି ଆହତ ବ୍ୟକ୍ତିମାନେ ହେଲେ ଅଭିଜିତ ଦାସ ଓ ମଇନା । ଏହି ବ୍ୟକ୍ତିମାନେ କଟକ ଓ ଭୁବନେଶ୍ୱର ଅଂଚଳର ବୋଲି ଜଣାପଡିଛି ।
ଦେଖନ୍ତୁ ଏହି ଭିଡିଓ :
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2016/12/vlcsnap-2016-12-19-08h42m55s913.png)