ବଦଳିଯିବ ବରମୁଣ୍ଡା ବସଷ୍ଟାଣ୍ଡର ଚେହେରା : ନବୀକରଣ ପାଇଁ ଖର୍ଚ୍ଚ ହେବ ୧୬୦ କୋଟି ୬୬ ଲକ୍ଷ ଟଙ୍କା, ଯାତ୍ରୀଙ୍କୁ ମିଳିବ ଅତ୍ୟାଧୁନିକ ସୁବିଧା ସୁଯୋଗ

1,036
କନକ ବ୍ୟୁରୋ : ବରମୁଣ୍ଡା ବସଷ୍ଟାଣ୍ଡର ନବକଳେବର । ନୂଆ ରୂପେର ସଜେଇ ହେବ ଭୁବନେଶ୍ୱର ବରମୁଣ୍ଡା ବସଷ୍ଟାଣ୍ଟ । ବଦଳିଯିବ ବରମୁଣ୍ଡା ବସଷ୍ଟାଣ୍ଡର ଚେହେରା । ରାସ୍ତାଘାଟ, ଭିତ୍ତିଭୂମି ସବୁ କିଛି ସଜଡ଼ା ଯିବ ।  କ୍ୟାବିନେଟ୍ ମଞ୍ଜୁରୀ କ୍ରମେ ବସଷ୍ଟାଣ୍ଟର ନବୀକରଣ ପାଇଁ ଖର୍ଚ୍ଚ ହେବ ୧୬୦ କୋଟି ୬୬ ଲକ୍ଷ ଟଙ୍କା । ବସଷ୍ଟାଣ୍ଡରେ ଅତ୍ୟାଧୁନିକ ସେବାପାଇଁ ସମସ୍ତ ସେବା ଓ ସୁବିଧା ଖଞ୍ଜି ଦିଆଯିବ ।
ବଦଳିବ ବରମୁଣ୍ଡା ବସଷ୍ଟାଣ୍ଡର ଚେହେରା । ପରିବହନ ଓ ଗମନାଗମନ କ୍ଷେତ୍ରରେ ଉନ୍ନତି ଆଣିବା ପାଇଁ ସରକାରୀ ଦୁଇ ବର୍ଷିଆ ଯୋଜନା କରିଛନ୍ତି । ବରମୁଣ୍ଡା ବସଷ୍ଟାଣ୍ଡର, ଉନ୍ନତୀକରଣର, ଆଧୁନିକୀକରଣ, ଭିତ୍ତିଭୂମି ବିକାଶ ତଥା ପୁନଃନିର୍ମାଣ ପାଇଁ ୧୬୦ କୋଟି ୬୬ ଲକ୍ଷ ଖର୍ଚ୍ଚରେ ନିର୍ମାଣ ହେବ ବସ ଟର୍ମିନାଲ । ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆଜି କ୍ୟାବିନେଟ ବୈଠକରେ ୧୦ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଥିବା ବେଳେ ବରମୁଣ୍ଡା ବସଷ୍ଟାଣ୍ଟ ପାଇଁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି ।
ଆନ୍ତଃ ରାଜ୍ୟ ବସ ଟର୍ମିନାଲ ପାଇଁ ଟେଣ୍ଡରକୁ ଅନୁମୋଦନ ଦେଇଛି କ୍ୟାବିନେଟ । ଦୁଇ ବର୍ଷ ଭିତରେ ଏହି କାମ ସରିବ । ବିଡିଏର ତଦାରଖରେ ଏହି ଟର୍ମିନାଲକୁ ଭାରତ ସରକାରଙ୍କ ସଂସ୍ଥା ବ୍ରିଜ ଏଣ୍ଡ ରୁଫ ନିର୍ମାଣ କରିବ । ୫ ବର୍ଷ ପର୍ଯ୍ୟନ୍ତ ରକ୍ଷଣା ବେକ୍ଷଣ  ଦାୟିତ୍ୱ ନେବ  ସଂପୃକ୍ତ ସଂସ୍ଥା । ଏହା ବ୍ୟତୀତ ବରମୁଣ୍ଡା ଠାରେ ଥିବା ବସ ଡିପୋ ସ୍ଥାନନ୍ତର କରି ଖଣ୍ଡଗିରି ଠାରେ ଏକ ନୂତନ ବସ୍ ଡିପୋ ନିର୍ମାଣ ନିମନ୍ତେ ନିଷ୍ପତି ନେଇଛନ୍ତି ରାଜ୍ୟ ସରକାର ।