ଉଦଘାଟନକୁ ବର୍ଷେରୁ ଅଧିକ ସମୟ ବିତିଲାଣି ! ବଦଳୁନି ବସଷ୍ଟାଣ୍ଡର ଭାଗ୍ୟ, ଦୟନୀୟ ଅବସ୍ଥାରେ ବରଗଡ଼ର ନୂଆ ଘରୋଇ ବସଷ୍ଟାଣ୍ଡ

Advertisment
ଉଦଘାଟନକୁ ବର୍ଷେରୁ ଅଧିକ ସମୟ ବିତିଲାଣି ! ବଦଳୁନି ବସଷ୍ଟାଣ୍ଡର ଭାଗ୍ୟ, ଦୟନୀୟ ଅବସ୍ଥାରେ ବରଗଡ଼ର ନୂଆ ଘରୋଇ ବସଷ୍ଟାଣ୍ଡ

କନକ ବ୍ୟୁରୋ : ୨୦୧୮ ନଭେମ୍ବର ୨୫ ତାରିଖ ବରଗଡ଼ର ନୂଆ ଘରୋଇ ବସ୍‌ଷ୍ଟାଣ୍ଡ ଉଦ୍‌ଘାଟିତ ହୋଇଥିଲା । ବର୍ଷେରୁ ଅଧିକ ସମୟ ବିତିଗଲା, ହେଲେ ଭିତରେ ବସ୍‌ଟିଏ ଛିଡ଼ା ହୋଇନାହିଁ । ୮/୯ଟି ପାନ ଦୋକାନ ଏବଂ କିରାନା ଦୋକାନକୁ ଛାଡ଼ି ଦେଲେ ବସଷ୍ଟାଣ୍ଡର ଆବଣ୍ଟିତ ଷ୍ଟଲ୍‌ ଗୁଡ଼ିକରେ ତାଲା ଛୁଲୁଛି । ବସ୍‌ଷ୍ଟାଣ୍ଡର କଂକ୍ରିଟ୍‌ ଅଗଣା ପିଲାଙ୍କ ପଡ଼ିଆ ପାଲଟିଛି । ଛେଳିମେଣ୍ଢା ବିଚରଣ କରୁଛନ୍ତି । ଷ୍ଟଲ୍‌ ସମ୍ମୁଖ ବାରଣ୍ଡା ଗାଈଗୋରୁଙ୍କ ଗୋବରରେ ପୋତି ହୋଇଛି । କଥା ସେତିକିରେ ସୀମିତ ନୁହେଁ ।

ଉପର ମହଲା‌େର ଥିବା ଷ୍ଟଲ୍‌ ଏବଂ ସିଡି ନିଶାଖୋରଙ୍କ ଆଡ୍ଡା ପାଲଟିଛି । ସଂଧ୍ୟା ହେଲେ ମଦ୍ୟପ ଅନ୍ଧାରୁଆ ବସ୍‌ଷ୍ଟାଣ୍ଡ ସାରା ଆସର ଜମାଉଛନ୍ତି। ଗଂଜେଇ, କୋରେକ୍ସ କାରବାର ମଧ୍ୟ ଚାଲୁଛି । ବସ୍‌ଷ୍ଟାଣ୍ଡର ମୁଖ୍ୟ କରିଡର୍‌ରେ ଲାଗିଥିବା ଦାମୀ ଲାଇଟ୍‌ ଗୁଡ଼ିକୁ ଦୁର୍ବୃତ୍ତମାନେ ଢେଲା ମାରି ଭାଂଗି ଦେଲେଣି । ଅଫିସ୍‌ ପାଇଁ ଉଦ୍ଦିଷ୍ଟ କୋଠରୀର ତାଲା ଭାଂଗି ଭିତରେ ମଦ୍ୟପମାନେ ଡେରା ମାରୁଛନ୍ତି । ବସ୍‌ଷ୍ଟାଣ୍ଡର ମୁଖ୍ୟ କରିଡର୍‌ରେ ଲାଗିଥିବା ଦାମୀ ଲାଇଟ୍‌ ଗୁଡ଼ିକୁ ଦୁର୍ବୃତ୍ତମାନେ ଢେଲା ମାରି ଭାଂଗି ଦେଲେଣି । ବିଦ୍ୟୁତ ତାର ମଧ୍ୟ ଛିଣ୍ଡାଇ ନେଲେଣି । ସଂପୂର୍ଣ୍ଣ ପ୍ରସ୍ତୁତ ହୋଇଥିବା ବସ୍‌ଷ୍ଟାଣ୍ଡରେ ବସ୍‌ କେବେ ଲାଗିବ, ତାହା ସ୍ପଷ୍ଟ ହୋଇନାହିଁ ।

୫ଏକର ଇଲାକାରେ ଗଢ଼ି ଉଠିଥିବା ବସ୍‌ଷ୍ଟାଣ୍ଡ ପାଇଁ ୫କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା। ତେବେ ଘରୋଇ ବସ୍‌ ମାଲିକ ସଂଘ ନିଜ ପୂର୍ବ ଦାବିରେ ଅଟଳ ରହିଛି । ସଂଘ ବର୍ତମାନ ଯାଏଁ ବସ୍‌ଷ୍ଟାଣ୍ଡକୁ ଗୋଟିଏ ମାର୍କେଟ କମ୍ପ୍ଲେକ୍ସ ଭାବେ ବିବେଚନା କରୁଛି । ମାର୍କେଟ କଂପ୍ଲେକ୍ସ ଭିତରେ ବସଷ୍ଟାଣ୍ଡ କରିବା ଯୁକ୍ତିଯୁକ୍ତ ନୁହଁ। ବସଷ୍ଟାଣ୍ଡ ନିର୍ମାଣ ପାଇଁ ଯେଉଁ ପାଣ୍ଠି ଆସିଥିଲା ନିର୍ମାଣ ପୂର୍ବରୁ ସ୍ବତନ୍ତ୍ର ଯୋଜନା କର୍ତୃପକ୍ଷ (ଏସପିଏ) ଅନୁମୋଦନ ନିଆଯାଇନାହିଁ ।

ଯଦ୍ବାରା ସଂପୂର୍ଣ୍ଣ ନିର୍ମାଣ ଅବୈଧ ଏବଂ ବେଆଇନ ବୋଲି ସଂଘ ପୂର୍ବରୁ ଯୁକ୍ତି ରଖିଥିଲା । ଏପରିକି ଆଗରୁ ପୁରୁଣା ଘରୋଇ ବସ୍‌ଷ୍ଟାଣ୍ଡରୁ ନୂଆ ଯାଗାକୁ ସିଧା ରାସ୍ତା କରିବାକୁ ଚେଷ୍ଟା ହୋଇଥିଲା । କିନ୍ତୁ ଦୀର୍ଘ ଦିନ ହେଲା ପ୍ରଶାସନ ପକ୍ଷରୁ ବସ୍‌ଷ୍ଟାଣ୍ଡ ସ୍ଥାନାନ୍ତର ମାମଲାରେ କିଛି ତ୍ବରିତ ପଦକ୍ଷେପ ହୋଇନାହିଁ। କିଛି ଦିନ ତଳେ ଜିଲ୍ଲା ପ୍ରଶାସନ ଏବଂ ସଂଘ ମଧ୍ୟରେ ଆଲୋଚନା ଧାର୍ଯ୍ୟ ହୋଇଥିଲା। କିନ୍ତୁ କୌଣସି କାରଣରୁ ଏହାକୁ ଘୁଞ୍ଚାଇ ଦିଆଯାଇଛି। ତେଣୁ ଏଠାରୁ କେବେ ବସ୍‌ ଚଳାଚଳ କରିବ, ତାହା ଦୋଛକି ମଧ୍ୟରେ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe