କନକ ବ୍ୟୁରୋ : ବରଗଡ ଚାଷୀ ହାଡୁ ବଗର୍ତୀ ଆତ୍ମହତ୍ୟା ଘଟଣାରେ ବିରୋଧି ଦଳ ନେତାଙ୍କ ଦ୍ୱାରା ଗଠିତ ଏକ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ତାଙ୍କ ରିପୋର୍ଟ ବିରୋଧି ଦଳ ନେତାଙ୍କୁ ପ୍ରଦାନ କରିଛନ୍ତି । ବରଗଡ, ବରପାଲି ଓ ବଲାଙ୍ଗୀରର ସାତ ଜଣ ଓକିଲଙ୍କୁ ନେଇ ଏହି ତଥ୍ୟ ଅନୁସନ୍ଧାନକାରୀ ଦଳ ଗଢା ହୋଇଥିଲା ।
ସେମାନେ ବରଗଡ କେନ୍ଦପାଲି ଗାଁ ଗସ୍ତ କରି ମୃତ ଚାଷୀଙ୍କ ପରିବାର ଲୋକ, ଗାଁ ଲୋକଙ୍କ ସହ ଆଲୋଚନା କରିଛନ୍ତି । ଏହି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ହାଡୁ ଓରଫ ଖଏନୁଙ୍କ ଚାଷ ଜମି ମଧ୍ୟ ଦେଖିଛନ୍ତି । ଏହି କମିଟି ନିଜ ରିପୋର୍ଟ ଓ ଭିଡିଓ ରେକର୍ଡିଂ ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କୁ ପ୍ରଦାନ କରିଛନ୍ତି । ସ୍ୱୟଂ ସହାୟକ ଗୋଷ୍ଠୀ, ବ୍ୟାଙ୍କରୁ ନିଜ ପରିବାର ସମସ୍ତଙ୍କ ନାଁରେ ସେ ଋଣ କରିଥିବା ଜଣାପଡିଛି ।
ଚାଷ ନଷ୍ଟ ସହ ଅଭାବୀ ବିକ୍ରି ଚାଷୀର ଆର୍ଥିକ ସ୍ଥିତିକୁ ସଂପୂର୍ଣ୍ଣ ବିଗାଡି ଦେଲା ବୋଲି ନିଜ ରିପୋର୍ଟରେ ଉଲ୍ଲେଖ କରିଛି କମିଟି । ବିରୋଧୀ ଦଳ ସରକାରଙ୍କୁ କଡା ସମାଲୋଚନା କରିଛନ୍ତି । ସରକାର ବିଧାନ ସଭାରେ ଭୁଲ ତଥ୍ୟ ଦେବା ସହ ମିଥ୍ୟା କହିଛନ୍ତି ବୋଲି ନରସିଂହ ମିଶ୍ର କହିଛନ୍ତି । ତେବେ ବିରୋଧି ଦଳ କୃଷିମନ୍ତ୍ରୀଙ୍କ ବିରୋଧରେ ସ୍ୱାଧିକାର ଭଙ୍ଗ ନୋଟିସ ଆଣିବେ ବୋଲି ସେ କହିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/03/vlcsnap-2017-03-12-07h53m30s505.png)