ଏଟିଏମରୁ ଟଙ୍କା ଉଠାଣ ସମୟରେ ଗ୍ରୀନ ଲାଇଟ୍ ଜଳିବା ଜରୁରୀ : ଜାଣନ୍ତୁ ଏହାର କାରଣ, ନହେଲେ କ୍ଷତିରେ ପଡ଼ିପାରନ୍ତି !

73

ଆଜିକାଲି ବ୍ୟାଙ୍କ୍ ଗ୍ରାହକଙ୍କୁ ଅନେକ ସୁବିଧା ଯୋଗାଉଛି । ୨୪ ଘଂଟା ଏଟିଏମରୁ ଟଙ୍କା ବାହାର କରିବାର ସୁଯୋଗ ଦେଉଛି । ତେବେ ପୂର୍ବାପେକ୍ଷା ଏଟିଏମର ବ୍ୟବହାର ବଢ଼ିଯାଉଛି । ଆଉ କେହି ବ୍ୟାଙ୍କ ଯାଇ ଧାଡ଼ିରେ ଛିଡ଼ା ହୋଇ ଟଙ୍କା ନେଣଦେଣ କରିବା ପାଇଁ ପସନ୍ଦ କରୁନାହାନ୍ତି । କାରଣ ଏଟିଏମରୁ ଅତି ସହଜରେ ଟଙ୍କା ଉଠାଣ ହୋଇପାରୁଛି । ତେବେ ଏଟିଏମରେ କାରବାର ଯେତିକି ବଢ଼ୁଛି, ଏଟିଏମରେ ଠକାମି ମଧ୍ୟ ସେତିିକି ବଢ଼ିଚାଲିଛି । ଟିକିଏ ସାବଧାନ ହେଲେ ଆପଣ ଠକାମିର ବର୍ତ୍ତି ପାରିବେ । ଏହାର ଅର୍ଥ ଆପଣ ଏଟିଏମରୁ ଟଙ୍କା ବାହାର କରିବା ପୂର୍ବରୁ ଆପଣ ପ୍ରଥମେ ଏଟିଏମ ସୁରକ୍ଷିତ ଅଛି କି ନାହିଁ ଯାଂଚ କରିନିଅନ୍ତୁ । ଏଟିଏମରେ ସବୁଠାରୁ ବଡ଼ ବିପଦ ହେଲା କାର୍ଡ଼ କ୍ଲୋନିଂ । କାର୍ଡ଼ କ୍ଲୋନିଂ ଅର୍ଥ ଆପଣଙ୍କ ସମସ୍ତ ତଥ୍ୟ ଚୋରୋଇ ନୂଆ କାର୍ଡ଼ ତିଆରି କରିବା ।

ହ୍ୟାକର କୌଣସି ବି ୟୁଜରଙ୍କ ଡାଟା ଏଟିଏମ ମେସିନେରେ କାର୍ଡ଼ ଲଗାଇବା ପାଇଁ ଥିବା ସ୍ଲଟରୁ ଚୋରାଇ ନିଅନ୍ତି । ଏଟିଏମ ମେସିନରେ କାର୍ଡ଼ ସ୍ଲଟରେ ଏପରି ଏକ ଯନ୍ତ୍ର ଲଗାଇ ଥାଆନ୍ତି, ଯାହା ଆପଣଙ୍କ କାର୍ଡ଼ର ସମସ୍ତ ତଥ୍ୟ ଚୋରାଇ ନିଏ । ଏହାପରେ ହ୍ୟାକର ବ୍ଲୁଟୁଥ୍ କିମ୍ବା ଅନ୍ୟ ଡିଭାଇସରେ ଡାଟା ଚୋରି କରନ୍ତି । ଆପଣଙ୍କ କାର୍ଡ଼ର ସମସ୍ତ ଆକ୍ସେସ୍ ନେବା ପାଇଁ ହ୍ୟାକସର ପାଖରେ ଆପଣଙ୍କ ପିନ୍ ନମ୍ବର ରହିବା ଜରୁରୀ । ହ୍ୟାକର ପିନ୍ ନମ୍ବରକୁ କ୍ୟୋମେରା ଦ୍ୱାରା ଟ୍ରିକ କରିପାରନ୍ତି । ଏଥିରୁ ରକ୍ଷା ପାଇବା ପାଇଁ ଏଟିଏମରେ ନିଜର ପିନ୍ ଏଂଟର କରିବା ସମୟରେ ଅନ୍ୟ ହାତରେ ନିଶ୍ଚୟ ଲୁଚାଇ ପିନ ଦିଅନ୍ତୁ । ଯଦ୍ୱାରା ସିସିଟିଭିରେ ପିନ୍ ଉତ୍ତୋଳନ ହୋଇପାରିବ ନାହିଁ । ଏହା ବ୍ୟତୀତ ଏଟିଏମରେ ଯିବା ସମୟରେ ଏଟିଏମ ମେସିନରେ କାର୍ଡ଼ୁ ସ୍ଲଟକୁ ଧ୍ୟାନ ସହକାରେ ଦେଖନ୍ତୁ । ଦେଖନ୍ତୁ ସେଥିରେ ଥିବା କାର୍ଡ଼ ସ୍ଲଟରେ କୌଣସି ପରିବର୍ତ୍ତନ ହୋଇଛି କମ୍ବା କୌଣସି ଗଡ଼ବଡ଼ି ଅଛି କି ?

Source:jansatta.com

ଏପରିସ୍ଥଳେ ଉକ୍ତ ଏଟିଏମକୁ ବ୍ୟବହାର କରନ୍ତୁ ନାହିଁ । କାର୍ଡ଼ ସ୍ଲଟରେ କାର୍ଡ଼ ଲଗାଇବା ସମୟରେ ତା’ ଉପରେ ଥିବା ଗ୍ରୀନ୍ ଲାଇଟ୍ ଉପରେ ଧ୍ୟାନ ଦିଅନ୍ତୁ । ଯଦି ସ୍ଲଟରେ ଗ୍ରୀନ୍ ଲାଇଟ ଜଳୂୁଛି ତେବେ ଏଟିଏମ ସୁରକ୍ଷିତ ଅଛି । ଏଟିଏମରେ ଲାଇଟ୍ ଜଳୁନଥିବାର ଦେଖିଲେ ସେହି ଏଟଏମକୁ ବ୍ୟବହାର କରନ୍ତୁ ନାହିଁ । କାରଣ ସେଥିରେ କିଛି ନା କିଛି ଗଡ଼ବଡ଼ି ଥିବ । ଯଦି ଆପଣଙ୍କୁ କେବେ ବି ଲାଗୁଛି ଆପଣ ହ୍ୟାକର୍ସ ଜାଲରେ ପଡ଼ିସାରିଛନ୍ତି, ତେବେ ଆପଣ ତୁରନ୍ତ ପୋଲିସରେ ଅଭିଯାଗ କରନ୍ତୁ । କାରଣ ସେଥିରେ ଆପଙ୍କୁ ହ୍ୟାକରର ଫିଙ୍ଗରପ୍ରିଂଟ ମିଳିଯିବ । ଏହାସହ ପାଖରେ ବ୍ଲୁଟୁଥ୍ କନେକ୍ସନ କିଛି ଅଛି କି ଦେଖିନିଅନ୍ତୁ । ଏହାଦ୍ୱାରା ଆପଣ ହ୍ୟାକର ପର୍ଯ୍ୟନ୍ତ ପହଞ୍ଚିପାରିବେ ।