ସମାନ କାମକୁ ସମାନ ଦରମା ଦାବିରେ ବ୍ୟାଙ୍କ କର୍ମଚାରୀଙ୍କ ଦେଶବ୍ୟାପୀ ଧର୍ମଘଟ : ଆଜି ଏବଂ ଆସନ୍ତାକାଲି ବନ୍ଦ ରହିବ ବ୍ୟାଙ୍କ

528

କନକ ବ୍ୟୁରୋ : ସମାନ କାମକୁ ସମାନ ଦରମା ଦାବିରେ ବ୍ୟାଙ୍କ କର୍ମଚାରୀଙ୍କ ଦେଶବ୍ୟାପୀ ଧର୍ମଘଟ । ଆଜି ଏବଂ ଆସନ୍ତାକାଲି ବନ୍ଦ ରହିବ ବ୍ୟାଙ୍କ । ଧର୍ମଘଟ ଯୋଗୁଁ ବ୍ୟାଙ୍କ ବନ୍ଦ ରହିବା କାରଣରୁ ସାଧାରଣ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ବ୍ୟାଙ୍କରେ କୌଣସି କାରବାର ସମ୍ଭବ ହେଉନାହିଁ । ୧୨ ଦଫା ଦାବିରେ ଆନ୍ଦୋଳନକୁ ଓହ୍ଲାଇଛି ଅଲ ଇଣ୍ଡିଆ ବ୍ୟାଙ୍କ ଏମ୍ପ୍ଲଇ ଆସୋସିଏସନ ।

ବେତନରେ ୨୦% ବୃଦ୍ଧି, ପାଞ୍ଚ ଦିନିଆ କାର୍ଯ୍ୟଦିବସ, ମୂଳ ଦରମା ସହ ସ୍ବତନ୍ତ୍ର ଭତ୍ତାକୁ ମିଶାଇବା, ସ୍ବତନ୍ତ୍ର ପେନ୍ସନ୍ ସ୍କିମ୍ ଓ ପରିବାର ପେନ୍ସନ୍ ସ୍କିମ୍ ଆଣିବା ଦାବିରେ ଏହି ଧର୍ମଘଟ ହେଉଛି । ଗୁରୁବାର ସରସ୍ୱତୀପୂଜା ପାଇଁ ବ୍ୟାଙ୍କ ଛୁଟି ଥିଲା । ଶୁକ୍ରବାର ଓ ଶନିବାର ଦୁଇ ଦିନ ଧର୍ମଘଟ । ରବିବାର ବି ବ୍ୟାଙ୍କ ଛୁଟି । ଏହି କ୍ରମରେ କ୍ରମାଗତ ୪ ଦିନ ଧରି ବ୍ୟାଙ୍କ ବନ୍ଦ ରହୁଥିବାରୁ ଗ୍ରାହକ ବେଶ୍ ସମସ୍ୟାର ଶିକାର ହେବେ ନିଶ୍ଚୟ ।