ଋଣ ଖିଲାପକାରୀ ସାବଧାନ . . . ! ଋଣ ନଶୁଝିଲେ ଜବତ୍ ହେବ ପାସପୋର୍ଟ

41

ବ୍ୟାଙ୍କରୁ ଆଣିଥିବା ଋଣ ନଶୁଝିଲେ ଜବତ୍ କରାଯାଇପାରେ ଆପଣଙ୍କ ପାସପୋର୍ଟ । ସରକାର ଚଳିତ ମାସରେ ହିଁ ଏହି ନିୟମ ପ୍ରଣୟନ କରିବା ପାଇଁ ଯାଉଛନ୍ତି । ଋଣ ଖିଲାପକାରୀମାନେ ବିଦେଶ ପଳାଇଯାଉଥିବା ଘଟଣାକୁ ଦୃଷ୍ଟିରେ ଏପରି ନିଷ୍ପତ୍ତି ନିଆଯାଉଛି । ପାସପୋର୍ଟ ଜବତ କରିବାର ଗାଇଡ଼ଲାଇନ୍ ମଧ୍ୟ ଫାଇନାଲ ହୋଇଯାଇଛି । ଋଣଖିଲାପକାରୀଙ୍କ ବିରୋଧରେ ମାମଲା ରୁଜୁ ହେଲେ ପାସପୋର୍ଟ ଜବତ୍ ହୋଇଯିବ ।

source : Indiatimes.com

ଜାଣିଶୁଣି ଋଣ ନଶୁଝିବା ବ୍ୟକ୍ତିଙ୍କ ପାଇଁ ସରକାର ଏହି ପଦକ୍ଷେପ ନେବାକୁ ଯାଉଛନ୍ତି । ଏଥିପାଇଁ ପାସପୋର୍ଟ ଆକ୍ଟର ସେକ୍ସନ୍ ୧୦(୩)ସ(ସି)ରେ ପରିବର୍ତ୍ତନ ହେବ । ଚଳିତ ମାସରେ ଏନେଇ କ୍ୟାବିନେଟ୍ ମଞ୍ଜୁରୀ ମିଳିପାରେ ବୋଲି ଆଶାକରାଯାଉଛି । ଏଥିପାଇଁ ସରକାର ଅଧ୍ୟାଦେଶ ମଧ୍ୟ ଆଣିପାରିପାନ୍ତି । ନୂଆ ନିୟମ ଅନୁସାରେ ଜାଶିଶୁଣି ଋଣ ନଶୁଝୁଥିବା ବ୍ୟକ୍ତିବିିଶେଷଙ୍କୁ ଆଗାମୀ ସମୟ ମହଙ୍ଗା ପଡ଼ିପାରେ । ୫୦ କୋଟି ଟଙ୍କରୁ ଅଧିକ ଟଙ୍କାରେ ଋଣ ନଶୁଝିଲେ ଏହି ନିୟମ ଲାଗୁ ହେବ ।

ସରକାର ଦେବାଳିଆ କମ୍ପାନୀ କିଙ୍ଗଫିସର ଏୟାରଲାଇନ୍ସର ମାଲିକ ବିଜୟ ମାଲ୍ୟାଙ୍କୁ ମଧ୍ୟ ଋଣଖିଲାପ ମାମଲାରେ ବ୍ରିଟେନରୁ ଦେଶକୁ ଆଣିବା ପାଇଁ ଚେଷ୍ଟା କରାଯାଉଛି । ତେବେ ଏଯାଏଁ ଏମାମଲାରେ ସଫଳତା ମଳିପାରିନାହିଁ । ପୂର୍ବ ଆଇପିଏଲ କମିଶନ ଲଳିତ ମୋଦିଙ୍କୁ ମଧ୍ୟ ଦେଶକୁ ଅଣାଯିବା ପାଇଁ ଚେଷ୍ଟା କରାଯାଉଛି ।