କନକ ବ୍ୟୁରୋ : କରୋନା ନେଇ ବ୍ୟାଙ୍କଗୁଡିକୁ ସ୍ୱତନ୍ତ୍ର ଗାଇଡଲାଇନ ଜାରି କରିଛି ଅର୍ଥ ବିଭାଗ । ଏ ନେଇ ବ୍ୟାଙ୍କଗୁଡିକୁ ଅର୍ଥ ବିଭାଗ ଚିଠି ଲେଖିଛି । କରୋନା ଭାଇରସ୍ ସଂକ୍ରମଣ ସଂଖ୍ୟା ଭାରତରେ ଧୀରେ ଧୀରେ ବୃଦ୍ଧି ପାଉଛି । ଓଡ଼ିଶାରେ ସ୍ଥିତି ଆୟତରେ ଥିଲେ ବି ଓଡ଼ିଶା ସରକାର ସଂକ୍ରମଣରୁ ବର୍ତ୍ତିବା ପାଇଁ ବିଭିନ୍ନ ପଦକ୍ଷେପ ନେଉଛନ୍ତି । ଏହି କ୍ରମରେ ବ୍ୟାଙ୍କ ଗୁଡ଼ିକ ପାଇଁ ଗାଇଡ଼ଲାଇନ୍ ଜାରି ହୋଇଛି ।
- ଏଟିଏମ ଗୁଡିକରେ ଯଥେଷ୍ଟ ପରିମାଣର ଟଙ୍କା ଗଛିତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।
- କୋରନା ସଚେତନତା ପାଇଁ ପ୍ରତି ଏଟିଏମରେ ସତର୍କ ସୂଚନା ଫଳକ ପ୍ରଦର୍ଶିତ କରାଯାଉ ।
- ଅଫିସ ସମୟରେ ବ୍ୟାଙ୍କ କର୍ମଚାରୀ ମାକ୍ସ ବ୍ୟବହାର କରନ୍ତୁ ।
- ବ୍ୟାଙ୍କରେ ଭିଡ କମାଇବାକୁ ଅଧିକ ପରିମାଣରେ କାଂଉଟର ଖୋଲିବାକୁ ବି ନିର୍ଦ୍ଦେଶ ଦିଆଯାଇଛି । ଏଟିଏମ ଭିତରକୁ ଜଣକ ପରେ ଜଣକୁ ଛଡାଯିବ ।
- ଏଟିଏମରେ ଟଙ୍କା ଉଠାଇବା ପରେ ସାନିଟାଇଜରରେ ହାତ ଧୋଇବେ ଲୋକେ ।
- ଏଟିଏମ କାଉଣ୍ଟରକୁ ନିୟମିତ ମେସିନରେ ସଫା କରାଯିବ ।
- ବ୍ୟାଙ୍କ ଗୁଡ଼ିକ ଟଏଲେଟ୍ ଓ ୱାସରୁମରେ ପର୍ଯ୍ୟାପ୍ତ ପରିମାଣର ସାନିଟାଇଜର ଓ ସାବୁନ୍ ମହଜୁଦ ରଖିବେ ।
- ଆବଶ୍ୟକ ନଥିଲେ ଏଟିଏମ ବ୍ୟବହାର ନକରିବାକୁ ଗ୍ରାହକଙ୍କୁ ଏସଏମଏସ୍ ଜରିଆରେ ବ୍ୟାଙ୍କ ସତର୍କ କରାଇବ
- ଏହି ସମୟରେ ମୋବାଇଲ ଓ ଅନଲାଇନ୍ ବ୍ୟାଙ୍କିଂ ସେବା ଅଧିକ ବ୍ୟବହାର ଉପରେ ଗୁରୁତ୍ୱ ଦେବା ଉଚିତ
- ଗ୍ରାହକଙ୍କ ସୁବିଧା ପାଇଁ ପ୍ରତି ବ୍ୟାଙ୍କ ପକ୍ଷରୁ ଏକ ସ୍ୱତନ୍ତ୍ର ଉତ୍ସର୍ଗୀକୃତ ଟେଲିଫୋନ୍ ସେବା ଉବଲବ୍ଧ କରାଯିବ ।