କନକ ବ୍ୟୁରୋ : ବ୍ୟାଙ୍କରେ ଫୁଟିଲା ଗୁଳି । ପୁରୀ ପୁରୁଣା ସଦର ଥାନା ଲେନରେ ଥିବା ବ୍ୟାଙ୍କ ଅଫ ଇଣ୍ଡିଆରେ ଶୁକ୍ରବାର ଅପରାହ୍ଣରେ ବନ୍ଧୁକରୁ ଗୁଳି ଫୁଟିବାରୁ ଜଣେ ଗ୍ରାହକ ଗୁରୁତର ଆହତ ହୋଇଛନ୍ତି । ଗୁଳିର ଶିକାର ହୋଇଥିବା ଗ୍ରାହକ ମନାନ ଖାନଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ବଡ଼ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।
ସୂଚନା ଅନୁସାରେ ଆଜି ଅପରାହ୍ଣ ପ୍ରାୟ ସାଢ଼େ ୩ଟାରେ ବ୍ୟାଙ୍କରେ ମୁତୟନ ସୁରକ୍ଷାକର୍ମୀ ଅଜୟ କୁମାର ମହାରଣାଙ୍କ ହାତରୁ ବନ୍ଧୁକ ଖସିପଡିବାରୁ ତାଙ୍କ ବାମଗୋଡ଼ର ପାଦରେ ଟ୍ରିଗାର ବାଜି ଏଭଳି ଅଭାବନୀୟ ଘଟଣା ଘଟିଥିଲା । ଅଜୟ ବନ୍ଧୁକକୁ କାନ୍ଧରେ ଝୁଲାଇ ରଖିଥିଲେ କିନ୍ତୁ ଫିତା ଛିଣ୍ଡି ଯିବାରୁ ଏହା ତଳେ ପଡ଼ିଯାଇଥିଲା ଏବଂ ଅଚାନକ ଗୁଳି ବାହାରି ଯାଇଥିଲା । ବନ୍ଧୁକରୁ ଗୁଳି ବାହାରି ଗ୍ରାହକ ମନାନଙ୍କ ଦେହରେ ବାଜିଥିଲା ।
Follow Us