କନକ ବ୍ୟୁରୋ : ଘୋଷଯାତ୍ରାକୁ ଆଉ ଦିନେ ବାକି । ମହାପ୍ରଭୁ ସୁସ୍ଥ ହୋଇଛନ୍ତି ଏବଂ ଶ୍ରୀଜୀଉଙ୍କ ନବଯୌବନ ପ୍ରାପ୍ତି ପାଇଁ ଅଣସର ପିଣ୍ଡିରେ ଚାଲିଛି ପ୍ରସ୍ତୁତି । ଘଣା ଲାଗି ନୀତି ଲାଗିଗଲା ପରେ ଶ୍ରୀମନ୍ଦିରରେ ଖଡ଼ି ବିଜେ ହୋଇଛନ୍ତି । ଆଜି ଶ୍ରୀଜୀଉଙ୍କ ବନକଲାଗି ନୀତି ସଂପନ୍ନ ହେବ ।
ଶ୍ରୀବିଗ୍ରହଙ୍କ ଶ୍ରୀମୁଖ ଶୃଙ୍ଗାର ସେବ ଆରମ୍ଭ ପୂର୍ବରୁ ଖଡ଼ି ଲାଗି ନୀତି ହୋଇଛି । ବିଳମ୍ବିତ ରାତିରେ ବଡଦେଉଳକୁ ଖଡି ବିଜେ ହେବା ପରେ ଶ୍ରୀମୁଖ ଶୃଙ୍ଗାରର ଶୁଭାରମ୍ଭ ହୋଇଛି । ବନକଲାଗି ଜରିଆରେ ଏହି ନୀତିର ଶେଷ ସ୍ପର୍ଶ ଦିଆଯିବ । ଏହା ପରେ ଶ୍ରୀଜିଉଙ୍କ ନବଯୌବନ ପ୍ରାପ୍ତି ହେବ । ସେପଟେ ରଥଖଳାରେ ରଥକାମ ଶେଷ ପର୍ଯ୍ୟାୟରେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/06/vlcsnap-2017-06-23-08h19m55s311.png)