ସଂକଟରେ ବାଉଁଶ କାରିଗରଙ୍କ କୌଳିକ ବୃତ୍ତି : କଂଚାମାଲ ଅଭାବ ସାଙ୍ଗକୁ କମୁଛି ବଜାର ଚାହିଦା

98

କନକ ବ୍ୟୁରୋ : କଂଚା ମାଲର ଅଭାବ ଏବଂ ବଜାର ଚାହିଦା ନଥିବା କାରଣରୁ ଲୁପ୍ତ ହେବାକୁ ବସିଲାଣି ବାଉଁଶ କଳା । କୌଳିକ ବୃତ୍ତିକୁ ଆଦରିଥିବା ଶତାଧିକ ପରିବାରର ଜୀବନ ଜିବିକା ଏବ ବିପଦରେ ପଡିଛି । କାରଣ ଧିରେ ଧିରେ ବାଉଁଶ ନିର୍ମିତ ସାମଗ୍ରୀର ଚାହିଦା କମି କମି ଗଲାଣି । ବଜାରରେ ପୂର୍ବଭଳି ଚାହିଦା ନଥିବାରୁ ବାଉଁଶ କାରିଗରମାନେ କୌଳିକ ବୃତ୍ତି ଛାଡି ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯାଉଛନ୍ତି ।

କଂଚା ମାଲର ଅଭାବ ଏବଂ ବଜାର ଚାହିଦା ନଥିବା କାରଣରୁ ଲୁପ୍ତ ହେବାକୁ ବସିଲାଣି ବାଉଁଶ କଳା । କୌଳିକ ବୃତ୍ତିକୁ ଆଦରିଥିବା ଶତାଧିକ ପରିବାରର ଜୀବନ ଜିବିକା ଏବ ବିପଦରେ ପଡିଛି । କାରଣ ଧିରେ ଧିରେ ବାଉଁଶ ନିର୍ମିତ ସାମଗ୍ରୀର ଚାହିଦା କମି କମି ଗଲାଣି । ବଜାରରେ ପୂର୍ବଭଳି ଚାହିଦା ନଥିବାରୁ ବାଉଁଶ କାରିଗରମାନେ କୌଳିକ ବୃତ୍ତି ଛାଡି ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯାଉଛନ୍ତି ।

 

କେନ୍ଦ୍ରାପଡା ଜିଲ୍ଲା ଗରଦପୁର ବ୍ଲକର ହରିଦାସପୁର, ଜଗନ୍ନାଥପୁର, ସମସରା ଏବଂ ବଜ୍ରବାଣ ଗାଁରେ ଶହେରୁ ଅଧିକ ବାଉଁଶ କାରିଗର ପରିବାର ରୁହନ୍ତି । ପୁର୍ବପୁରୁଷଙ୍କ ଠାରୁ ଶିଖିଥିବା କଳାକୁ ଆଦରି ଜୀବନ ଜୀବିକା ନିର୍ବାହ କରିଥାନ୍ତି । ବାଉଁଶରେ ପ୍ରସ୍ତୁତ ଟୋକେଇ, ପାଚିଆ, ଝୁଡି, କୁଲା ଏବଂ ବିଭିନ୍ନ ଘର କରଣା ସାମଗ୍ରି ବିକ୍ରି କରି ପରିବାର ପ୍ରତିପୋଷଣ କରନ୍ତି । କିନ୍ତୁ ସମୟ ବଦଳିବା ସହ କମିଯାଇଛି ବାଉଁଶ ନିର୍ମିତ ସାମଗ୍ରିର ଚାହିଦା । ଫଳରେ କୌଳିକ ବୃତ୍ତି ଛାଡି ବାଉଁଶ କାରିଗରମାନେ ଏବେ ଦାଦନ ଖଟିବାକୁ ରାଜ୍ୟ ବାହାରକୁ ଚାଲିଯାଉଛନ୍ତି ।

ବୈଷୟିକ ଜ୍ଞାନ କୌଶଳ ଅଭାବ ସାଙ୍ଗକୁ ସରକାରୀ ପ୍ରୋତ୍ସାହନ ଓ ବାଉଁଶ ଅଭାବ ଯୋଗୁ ଧିରେ ଧିରେ କୌଳିକ ବୃତିରୁ ମୁହଁ ଫେରାଇ ନେଲେଣି ବାଉଁଶ କାରିଗର । କୌଳିକ ବୃତ୍ତିକୁ ଆଦରି ଦିନ ଯାକ ପରିଶ୍ରମ କଲେ ବି ତେଲ ଲୁଣର ସଂସାର ଚଳାଇବା କଷ୍ଟକର ବୋଲି କହିଛନ୍ତି କାରିଗର ପରିବାର । ବାଉଁଶ କାରିଗରଙ୍କୁ ସରକାର ପ୍ରୋତ୍ସାହନ ଯୋଗାଇବା ସହ ସେମାନଙ୍କ ଉତ୍ପାଦିତ ସାମଗ୍ରୀ ବିକ୍ରି ପାଇଁ ବଜାର ବ୍ୟବସ୍ଥା କରିବାର ଆବଶ୍ୟକତା ରହିଛି ।