ଇଣ୍ଡୋନେସିଆରେ କଟକ ବାଲିଯାତ୍ରା କଥା କହିଲେ ପ୍ରଧାନମନ୍ତ୍ରୀ : ବାଲି, ଜାଭା, ସୁମାତ୍ରାକୁ ନୌବାଣିଜ୍ୟର ହଜାର ବର୍ଷ ପୁରୁଣା ପରମ୍ପରାକୁ ମନେ ପକାଇଲେ ମୋଦି

74

କନକ ବ୍ୟୁରୋ : ଇଣ୍ଡୋନେସିଆରେ କଟକର ବାଲିଯାତ୍ରା କଥା କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭାରତ ଓ ଇଣ୍ଡୋନେସିଆ ମଧ୍ୟରେ ଗଭୀର ସାଂସ୍କୃତିକ ସଂପର୍କ ରହିଛି ଏବଂ ଗତ ସାଧାରଣତନ୍ତ୍ର ଦିବସ ପରେଡରେ ଏହାକୁ ପ୍ରଦର୍ଶିତ କରାଯାଇଥିବା ତାଙ୍କ ଅଣ୍ଡୋନେସିଆ ପ୍ରତିପକ୍ଷଙ୍କୁ କହିଥିଲେ ମୋଦି । ଆସିଆନ ଦେଶ ସହ ଭାରତର ନୈବାଣିଜ୍ୟ ପରମ୍ପରା ବହୁ ପୁରୁଣା ବୋଲି ଦର୍ଶାଇବାକୁ କଟକାର ପ୍ରସିଦ୍ଧ ବାଲିଯାତ୍ରାକୁ ଏକ ପ୍ରଜ୍ଞାପନ ମେଢ ଜରିଆରେ ପ୍ରଦର୍ଶିତ କରାଯାଇଥିବା ମନେ ପକାଇ ଦେଇଥିଲେ ମୋଦି ।

ହଜାର ବର୍ଷର ଏହି ନୈବାଣିଜ୍ୟ ସଂପର୍କ ଦୁଇ ଦେଶ ମଧ୍ୟରେ ଏବେ ବି ରହିଥିବା କହିଥିଲେ ପ୍ରଧାନମନ୍ତ୍ରୀ । ଅତୀତରେ ଓଡିଆମାନେ ଇଣ୍ଡୋନେସିଆର ବାଲି, ଜାଭା, ସୁମାତ୍ରା ଓ ବର୍ଣ୍ଣିଓ ଆଦି ଦ୍ୱୀପରେ ବାଣିଜ୍ୟ କରୁଥିଲେ । ତେଣୁ ହଜାର ବର୍ଷ ତଳେ ମଧ୍ୟ ଇଣ୍ଡୋନେସିଆ ସହ ଭରତର ବାଣିଜ୍ୟିକ ସଂପର୍କ ଥିଲା କଟକ ବାଲିଯାତ୍ରା ସେହି ନୈବାଣିଜ୍ୟ ପରମ୍ପରାକୁ ବଂଚାଇ ରଖିଛି । ଇଣ୍ଡୋନେସିଆ-ଭାରତ ମଧ୍ୟରେ ହୋଇଥିବା ଚୁକ୍ତିର ଅଂଶ ସ୍ୱରୂପ ଭାରତ ମହାସାଗରରେ ଏକ ନୌସେନା ବନ୍ଦର ପ୍ରତିଷ୍ଠା କରିବ ଇଣ୍ଡୋନେସିଆ । ସୁମାତ୍ରା ଦ୍ୱୀପର ସବଙ୍ଗରେ ଅର୍ଥନୈତିକ ଜୋନ ପ୍ରତିଷ୍ଠାରେ ସହାୟତା କରିବ ଭାରତ ।