ଆଉ ଗୋଟିଏ ଦିନ ବଢ଼ିଲା ବାଲିଯାତ୍ରା : ୧୯ ନୁହେଁ ୨୦ରେ ସରିବ ସର୍ବବୃହତ୍ ମୁକ୍ତାକାଶ ବାଣିଜ୍ୟିକ ମେଳା
କନକ ବ୍ୟୁରୋ : ଆଉ ଗୋଟିଏ ଦିନ ବଢ଼ିଲା କଟକର ଐତିହାସିକ ବାଲିଯାତ୍ରା । ୧୯ ନୁହେଁ ୨୦ରେ ସରିବ ଐତିହାସିକ କଟକର ଯାତ୍ରା । ନଭେମ୍ବର ୧୨ ତାରିଖରୁ ଆରମ୍ଭ ହୋଇଥିବା କଟକର ଐତିହାସିକ ବାଲିଯାତ୍ରା ଏଥର ଆଉ ଗୋଟିଏ ଦିନ ଅଧିକ ଚାଲିବ ବୋଲି ସୂଚନା ମିଳିଛି । ଏହା ନଭେମ୍ବର ୧୨ ତାରିଖରୁ ଆରମ୍ଭ ହୋଇ ୧୯ ତାରିଖରେ ଶେଷ ହେବ ବୋଲି ପ୍ରଥମେ କୁହାଯାଇଥିଲା ।
Kanak News is now on WhatsApp
Join and get latest news updates delivered to you via WhatsApp
ମହାନଦୀର ଗଡ଼ଗଡ଼ିଆ ଘାଟ କୂଳରେ ଆୟୋଜିତ ହୋଇ ଆସୁଥିବା ଦେଶର ଏହି ସର୍ବବୃହତ୍ ମୁକ୍ତାକାଶ ବାଣିଜ୍ୟିକ ମେଳା ବାଲିଯାତ୍ରା ଏଥର ଆଠ ଦିନଧରି ଚାଲିବ ବୋଲି ଜଣାଯାଇଥିଲା । ହେଲେ ଆଜି ଜିଲ୍ଲା ପ୍ରଶାସନ ଏହାକୁ ଆଠ ଦିନ ପରିବର୍ତ୍ତେ ନଅ ଦିନ ଚାଲିବ ବୋଲି ସୂଚନା ଦିଆଯାଛି । ଅର୍ଥାତ୍ ଏହା ୧୯ ତାରିଖ ବଦଳରେ ୨୦ ତାରିଖରେ ଶେଷ ହେବ ।