ପ୍ରତିଶ୍ରୁତି ପୂରଣ କଲେନି ସ୍ୱାସ୍ଥ୍ୟମନ୍ତ୍ରୀ ! ଡାକ୍ତର ନଥିବାରୁ ବାଲେଶ୍ୱର ଡାକ୍ତରଖାନାରେ ହନ୍ତସନ୍ତ ହେଉଛନ୍ତି ରୋଗୀ

Advertisment
ପ୍ରତିଶ୍ରୁତି ପୂରଣ କଲେନି ସ୍ୱାସ୍ଥ୍ୟମନ୍ତ୍ରୀ ! ଡାକ୍ତର ନଥିବାରୁ ବାଲେଶ୍ୱର ଡାକ୍ତରଖାନାରେ ହନ୍ତସନ୍ତ ହେଉଛନ୍ତି ରୋଗୀ

କନକ ବ୍ୟୁରୋ : ପ୍ରତିଶ୍ରୁତି ପୂରଣ କଲେନି ସ୍ୱାସ୍ଥ୍ୟମନ୍ତ୍ରୀ । ଦେଢମାସ ତଳେ ବାଲେଶ୍ୱର ଡାକ୍ତରଖାନା ପରିଦର୍ଶନରେ ଯାଇଥିବା ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ଅଭାବ ସମସ୍ୟାକୁ ନେଇ ଗୁରୁତ୍ୱ ଦେଇଥିଲେ । ୧୫ ଦିନ ମଧ୍ୟରେ ଡାକ୍ତର ପଦବୀ ପୂରଣ କରିବାକୁ ମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ । ତେବେ ଏଯାଏଁ ବି ସୁଧୁରିପାରିନି ଅବସ୍ଥା । ମେଡିକାଲରେ ଚର୍ମ ବିଶେଷଜ୍ଞ, ଆନାସ୍ଥେସିଆ ବିଶେଷଜ୍ଞ, ଇଏନଟି ଡାକ୍ତର ପଦବୀ ଖାଲି ପଡିଛି । ଏହି ମେଡିକାଲ ଉପରେ ବାଲେଶ୍ୱର, ମୟୁରଭଂଜ ସହ ପଡୋଶୀ ପଶ୍ଚିମବଂଗର ଲୋକମାନେ ନିର୍ଭର କରନ୍ତି । ଯାହାଫଳରେ ଦୂରଦୂରାନ୍ତରରୁ ଆସୁଥିବା ରୋଗୀମାନ ହଇରାଣ ହେଉଥିବାର ଦେଖିବାକୁ ମିଳୁଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe