କନକ ବ୍ୟୁରୋ : ବର୍ଷାରେ ବେହାଲ ବାଲେଶ୍ୱର ଜିଲ୍ଲାର ସିମୁଳିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର । ରାଜ୍ୟରେ ମୌସୁମୀ ବାୟୁ ସକ୍ରିୟ ହେବା ପରେ ବିଭିନ୍ନ ଯାଗାରେ ବର୍ଷା ଜାରି ରହିଛି । ତେବେ ସିମୁଳିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପାଣି ପଶିଯିବା ଦ୍ୱାରା ରୋଗୀ ସେବା ବାଧାପ୍ରାପ୍ତ ହୋଇଛି । ମେଡ଼ିକାଲ ପରିସରରେ ଅନାବନା ଘାସ ଉଠିଥିବା ବେଳେ ବର୍ଷା ପାଣି ମଧ୍ୟ ଜମି ରହିଛି । ମେଡ଼ିକାଲ ଭିତରକୁ ଯିବା ପାଇଁ ହେଲେ ରୋଗୀଙ୍କୁ ଜମିଥିବା ବର୍ଷା ପାଣିରେ ପଶି ଯିବା ପାଇଁ ପଡ଼ୁଛି । ଏପରିକି ମେଡ଼ିକାଲ ପରିସର ଗାଇ ଗୋରୁଙ୍କ ଚରାଭୁଇଁ ପାଲଟିଛି ।

Advertisment

ମେଡ଼ିକାଲ ଭିତରେ ଥିବା ଆମ୍ବୁଲାନ୍ସ ଗୁଡ଼ିକ ମଧ୍ୟ ପାଣି ଭିତରେ ପଶି ରହିଛି । ତେବେ ଏଠାରେ ପଶ୍ନ ଉଠୁଛି ଯଦି ମୌସୁମୀ ଆରମ୍ଭରୁ ମେଡ଼ିକାଲର ଏପରି ଅବସ୍ଥା ବର୍ଷା ଲାଗି ରହିଲେ ରୋଗୀ ସେବା କିପରି ହୋଇପାରିବ । ମେଡ଼ିକାଲ ପରିସରରେ ବର୍ଷା ପାଣି ଲାଗିରହିବା ଦ୍ୱାରା ମଶା ମାଛିଙ୍କ ପ୍ରାର୍ଦୁଭାବ ବଢିପାରେ ଏପରିକି ଲୋକେ ବିଭିନ୍ନ ସଂକ୍ରାମକ ରୋଗର ଶିକାର ହେବାର ଆଶଙ୍କା କରାଯାଉଛି ।