ଅଚଳ ହୋଇ ପଡିରହିଛି ମଥାନୀ ଜଳକା ପ୍ରକଳ୍ପ ! ପାଣି ଛଡାଯାଉନଥିବାରୁ ୭୦ରୁ ଅଧିକ ଗାଁରେ ପଡ଼ିଆ ପଡ଼ିଛି ଚାଷଜମି

31

କନକ ବ୍ୟୁରୋ : ଅଚଳ ହୋଇପଡିରହିଛି କୋଟି କୋଟି ଟଙ୍କାରେ ନିର୍ମିତ ମଥାନୀ ଜଳକା ପ୍ରକଳ୍ପ । ପାଣି ଛଡାଯାଉନଥିବାରୁ ୭୦ରୁ ଅଧିକ ଗାଁରେ ଏବେ ଚାଷ ଜମି ପଡିଆ ପଡିଛି । ଆନିକଟ ଥିବାରୁ ଅନ୍ୟାନ୍ୟ ଜଳ ଯୋଗାଣ ପ୍ରକଳ୍ପ ମଧ୍ୟ ଚାଷୀ ପାଇପାରୁନାହାନ୍ତି ।

ବାଲେଶ୍ୱର ବସ୍ତା ବ୍ଲକରେ ଅଚଳ ହୋଇ ପଡିରହିଛି ମଥାନୀ ଜଳକା ପ୍ରକଳ୍ପ । ଜଳକା ନଦୀର କ୍ଷୁଦ୍ର ଜଳସେଚନ ଦ୍ୱାରା ଏସୁବ ଅଂଚଳରେ ଚାଷ ଜମିକୁ ପାଣି ଛଡାଯାଇଥାଏ । କିନ୍ତୁ ଏହା ଏବେ ଅଚଳ ହୋଇପଡିରହିଥିବାରୁ ଚାଷ ଜମି ପଡିଆ ପଡିଛି । ମହାବାତ୍ୟାରେ ପ୍ରକଳ୍ପଟି କ୍ଷୟକ୍ଷତି ହେବା ପରେ ୪ କୋଟି ଖର୍ଚ୍ଚରେ ଆୟକଟ ତଥା କେନାଲଗୁଡିକର ମରାମତି କରାଯାଇଥିଲା । କିନ୍ତୁ ଆଜି ଯାଏ ସୁଇସ ଗେଟ ଲାଗିନଥିବାରୁ ହଜାର ହଜାର ଏକର ଚାଷ ଜମି ପଡିଆ ହୋଇ ପଡିରହିଛି ।

ଏନେଇ ବାରମ୍ବାର ଜିଲ୍ଲାପାଳ ଓ ଉପରିସ୍ଥ ଅଧିକାରୀଙ୍କୁ ଜଣାଇଲେ ବି ଫଳ ଶୂନ । ସେପଟେ ଏନେଇ ଅଂଟା ଭିଡିଛି ବିଜେପି କୃଷକ ମୋର୍ଚ୍ଚା ଆରମ୍ଭ ହୋଇଛି ଜଳକା ବଂଚାଓ ଅଭିଯାନ । ଚାଷ ପାଇଁ ପାଣି ନଥିବା ଯାତାୟାତ ପାଇଁ ଥିବା ବ୍ରିଜ ମଧ୍ୟ ଦୁର୍ବଳ ଅବସ୍ଥାରେ ।