କାଳ ହେଲା ଅନୈତିକ ସର୍ମ୍ପକ : ସ୍ତ୍ରୀର ପ୍ରେମିକକୁ ଟାଙ୍ଗିଆରେ ହାଣି ହତ୍ୟା କଲା ସ୍ୱାମୀ

1,187

କନକ ବ୍ୟୁରୋ : କାଳ ହେଲା ଅନୈତିକ ସର୍ମ୍ପକ  । ସ୍ତ୍ରୀର ପ୍ରେମିକକୁ ଟାଙ୍ଗିଆରେ ହାଣି ହତ୍ୟା କଲା ସ୍ୱାମୀ  । ବାଲେଶ୍ୱର ରାଇବଣିଆ ଥାନା ଦୁଧିଆଖାଳୀ ଗାଁ ଦେଖିବାକୁ ମିଳିଛି ଏହି ଅଭାବନୀୟ ଘଟଣା ।

ସୂଚନା ଅନୁଯାୟୀ ବିଶ୍ୱମ୍ବର ବେହେରା ଆଜି ସକାଳେ ତାଙ୍କ ସ୍ତ୍ରୀ ସହିତ ଘର ଭିତରେ ପ୍ରେମିକ ପ୍ରଶାନ୍ତ ଦାସକୁ ଦେଖି ଉତକ୍ଷିପ୍ତ ହୋଇପଡ଼ିଥିଲେ । ତାପରେ ଏକ ଟାଙ୍ଗିଆରେ ପ୍ରେମିକ ପ୍ରଶାନ୍ତଙ୍କୁ ପିଟିପିଟି ହତ୍ୟା କରିଥିଲା ବିଶ୍ୱମ୍ବର । ହତ୍ୟା କରିବା ପରେ ଅଭିଯୁକ୍ତ ସ୍ୱାମୀ ବିଶ୍ୱମ୍ବର ଥାନାରେ ଆତ୍ମସମର୍ପଣ କରିଛି । ହତ୍ୟାକାଣ୍ଡ ଘଟିଥିବା ଘଟଣା ସ୍ଥାନରେ ପୋଲିସ ପହଂଚି ତଦନ୍ତ ଜାରି ରଖିଛି ।