କନକ ବ୍ୟୁରୋ : ଅବକାରୀ କର୍ମଚାରୀଙ୍କୁ ମଦ ମାଫିଆଙ୍କ ମାଡ । ଜଣେ ଅବକାରୀ କର୍ମଚାରୀଙ୍କୁ ରାସ୍ତାରେ ଗୋଡାଇ ଗୋଡାଇ ମାଡ ମାରୁଛନ୍ତି ୫ଜଣ ମଦ ମାଫିଆ । ଘଟଣାଟି ଘଟିଛି ବାଲେଶ୍ୱର କୋର୍ଟଛକରେ । ଗୁରୁବାର ଦିନ ଅବକାରୀ ବିଭାଗ ଖନ୍ତପଡା, ମାର୍କୋଣା ଓ ସୋରରେ ଚଢାଉ କରି ବିପୁଳ ପରିମାଣର ମଦ ଜବତ କରିଥିଲା । ଏହାସହ ୫ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଥିଲା । କୋର୍ଟରେ ତାଙ୍କ ଜାମିନ ନାମଂଜୁର ହେବା ପରେ ତାଙ୍କୁ ଜେଲପଠାଇ ଦିଆଯାଇଥିଲା ।
ଏହି ସମୟରେ ଗିରଫ ଅଭିଯୁକ୍ତଙ୍କ ସହଯୋଗୀମାନେ ଅବକାରୀ ବିଭାଗ କର୍ମଚାରୀଙ୍କୁ ଦେଖିବା ମାତ୍ରେ ଆକ୍ରମଣ କରିଥିଲେ । ୫ଜଣ ମଦ ମାଫିଆ ଅବକାରୀ କର୍ମଚାରୀ ପ୍ରଭାସ ମହାନ୍ତିଙ୍କୁ ରାସ୍ତାରେ ଗୋଡାଇ ଗୋଡାଇ ନିସ୍ତୁକ ମାଡ ମାରିଥିଲେ । ପରେ ସ୍ଥାନୀୟ ଲୋକେ ଆସି ଅବକାରୀ କର୍ମଚାରୀଙ୍କୁ ଉଦ୍ଧାର କରିଥିଲେ । ସେପଟେ ଘଟଣାର ତଦନ୍ତ ଚାଲିଛି ଏବଂ ଉଚିତ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଅବକାରୀ ବିଭାଗ ଭାରପ୍ରାପ୍ତ ଅଧିକାରୀ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/10/3-44.jpg)