କେତେ ସୁରକ୍ଷିତ ଏଟିଏମ୍ ? ବାଲେଶ୍ୱରର ଦୁଇ ଦୁଇଟି ଏସବିଆଇ ଏଟିିମରୁ ଲୁଟ୍, ଗ୍ୟାସ କଟରରେ କାଟି ଲୁଟିନେଲେ ଲକ୍ଷାଧିକ ଟଙ୍କା

35

କନକ ବ୍ୟୁରୋ : ବାଲେଶ୍ୱରରେ ସିରିଜ ଲୁଟ । ଦୁଇଟି ସ୍ଥାନରେ ଏସବିଆଇ ଏଟିଏମ୍ ଭାଙ୍ଗି ଟଙ୍କା ଲୁଟ କରିଛନ୍ତି ଦୃର୍ବୃତ୍ତ । ବିଳମ୍ବିତ ରାତିରେ ଆଇଟିଆଇ ଓ ସୁନହଟ ଛକରେ ଥିବା ଏସବିଆଇ ଏଟିଏମରୁ ହୋଇଛି ଲୁଟ । ଗ୍ୟାସ କଟରରେ କାଟି ଲକ୍ଷାଧିକ ଟଙ୍କା ଲୁଟି କରିଛନ୍ତି ଲୁଟେରା । ଘଟଣା ସ୍ଥଳରେ ପୋଲିସ ପହଂଚି ତଦନ୍ତ ଜାରି ରଖିଛି । ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସୁରାକ ଆସିନାହିଁ । କେତେ ଟଙ୍କା ଯାଇଛିି ସିସଟିଭିରୁ କିଛି ଜଣାପଡ଼ିଛି ବୋଲି କୁହାଯାଉଛି ।

ଜଣେ ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ ଲୁଟେରାମାନେ ଏକ ବୋଲେରୋରେ ଆସିଥିଲେ । ପ୍ରତ୍ୟକ୍ଷଦର୍ଶୀ ଜଣକ ଏଟିଏମରୁ ଟଙ୍କା ବାହାର କରିବା ପାଇଁ ଯାଇଥିବା ବେଳେ ଲୁଟେରାମାନେ ତାଙ୍କ ଠାରୁ ମୋବାଇଲ, ଗାଡ଼ି ଚାବି ଓ ଟଙ୍କା ମଧ୍ୟ ଛଡ଼େଇ ନେଇଯାଇଛନ୍ତି । ତେବେ ଏଥିରୁ ସୁରକ୍ଷାଗତ ଅବହେଳା ନେଇ ପ୍ରଶ୍ନ ଉଠୁଛି । ସୁରକ୍ଷାକର୍ମୀ ମୁତୟନ ହୋଇନଥିବାରୁ ଏପରି ଅସୁବିଧା ମଧ୍ୟ ହେଉଛି ବୋଲି ଅଭିଯୋଗ ହେଉଛି । ଏହା ବ୍ୟତୀତ ସିସିଟିଭି ଥିଲେ ମଧ୍ୟ କିଛି ସ୍ଥାନରେ ଖରାପ ହୋଇଯାଇଛି । ପାଟ୍ରୋଲିଂ ନହେଉଥିବାରୁ ଏପରି ହେବାରୁ ଅସୁବିଧା ମଧ୍ୟ ହେଉଛି ବୋଲି ଅଭିଯୋଗ ହେଉଛି ।