ବହୁଜନ ସମାଜବାଦୀ ପାର୍ଟିର ଷ୍ଟାର ପ୍ରଚାରକଙ୍କ ତାଲିକା ଘୋଷଣା ! ଓଡ଼ିଶାରେ ହାଇଭୋଲଟେଜ ନିର୍ବାଚନ ପ୍ରଚାରର ମଙ୍ଗ ଧରିବେ ବସପା ସୁପ୍ରିମୋ ମାୟାବତୀ

Advertisment
ନମୋ ନମୋ ଯୁଗର ଅନ୍ତ, ଜୟ ଭୀମ ଯୁଗର ଆରମ୍ଭ ହୋଇଛି ! ସୁଯୋଗ ମିଳିଲେ ହେବି ଦେଶର ପ୍ରଧାନମନ୍ତ୍ରୀ : ମାୟାବତୀ

http://www.catchnews.com

କନକ ବ୍ୟୁରୋ : ୨୦୧୯ ନିର୍ବାଚନ ପାଇଁ ମୈଦାନ ସଜ୍ଜିତ । ଗୋଟିଏ ପରେ ଗୋଟିଏ ପ୍ରମୁଖ ରାଜନୈତିକ ଦଳ ପ୍ରାର୍ଥୀ ତାଲିକା ଘୋଷଣା କରୁଛନ୍ତି । ସମ୍ପୂର୍ଣ୍ଣ ପ୍ରାର୍ଥୀ ତାଲିକା ଏବେଯାଏଁ ନଆସିଲେ ମଧ୍ୟ ନିର୍ବାଚନୀ ପାଣିପାଗ ଏବେ ଠାରୁ ସରଗରମ । ଆଉ କିଛି ଦିନ ପରେ ଜମିବ ନିର୍ବାଚନ ପ୍ରଚାର । ନିର୍ବାଚନରେ ବାଜିମାତ କରିବା ପାଇଁ ନେତାମାନେ କେତେକ’ଣ ପ୍ରତିଶ୍ରୁତି ଦେବେ । ଭୋରଟରଙ୍କ ମନ କିଣିବା ପାଇଁ ରୀତିମତ କସରତ୍ ଚାଲିବ । ଧୀରେ ଧୀରେ ଆରମ୍ଭ ହୋଇଯିବ ହାଇଭୋଲଟେଜ ପ୍ରଚାର । ଆଉ ମାତ୍ର କେତୋଟି ଦିନ ପରେ ନିର୍ବାଚନ । ଏହି କ୍ରମରେ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରିଛି ସମାଜବାଦୀ ପାର୍ଟି ।

ଷ୍ଟାର ପ୍ରଚାରକ, ଦଳ ପାଇଁ ମନୋବଳ ବଢ଼ାଇଥାଏ । ଅନେକ ସମୟରେ ଏମାନଙ୍କ ପାଇଁ ନିର୍ବାଚନ ଫଳାଫଳ ବଦଳିବାର ମଧ୍ୟ ଅନେକ ନଜିର ରହିଛି । ଓଡ଼ିଶାରେ ବିଧାନସଭା ଓ ଲୋକସଭା ନିର୍ବାଚନ ପାଇଁ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରିଛି ବହୁଜନ ସମାଜବାଦୀ ପାର୍ଟି । ୪୦ ଜଣିଆ ଷ୍ଟାର ପ୍ରଚାରକଙ୍କ ତାଲିକାରେ ବସପା ମୁଖ୍ୟ ମାୟାବତୀଙ୍କ ନାମ ସର୍ବାଗ୍ରେ ଅଛନ୍ତି । ଓଡ଼ିଶାରେ ନିର୍ବାଚନ ପ୍ରଚାର କରିବେ ମାୟାବତୀ ।

ଏହାବ୍ୟତୀତ ବସପାର ଷ୍ଟାର ପ୍ରଚାରକ ତାଲିକାରେ ସତୀଶ ଚନ୍ଦ୍ର ଶାହ, ଆକାଶ ଆନନ୍ଦ, ଟଙ୍କଧର ବାଗ, ଧରମବୀର ସିଂ ଅଶୋକ, ଛଂଟୁ ରାମ, କୃଷ୍ଣଚନ୍ଦ୍ର ସଗରିଆ, ଚମ୍ପକ ଲାଲ, ସୁବ୍ରତ ସାମଲ, ରଞ୍ଜନ ମୁକାର ମଲ୍ଲିକ,ବରେନ୍ଦ୍ର କୁମାର ମଲ୍ଲିକ, ପ୍ରମୋଦ କୁମାର ଲୁହାର, ଅର୍ଜୁନ ଚନ୍ଦ୍ର ମଲ୍ଲିକ, ଭବାନୀ ଶଙ୍କର ଝୋଡ଼ିଆ, ନଥୁରାମ ଦୋହାରୀ, ମକରଧ୍ୱଜ ତଣ୍ଡି, କାହ୍ନୁ ଚରଣ ମହାଲିକ, ବିଦ୍ୟାଧର ଦାସ, ଦେବୀଚରଣ ଭାଟି, ବିଭୂତି ଭୂଷଣ ମାଝୀ, ସୁଧୀର କୁମାର ନାୟକ, ଗାନ୍ଧୀ ମହାନନ୍ଦ, ଶେଖ ଆସାସ ଅଲୀ, ଅହମଦ୍ ଖାନ୍,  ନିତ୍ୟାନନ୍ଦ ଜେନା, ନିହାଲ ସିଂ, ସଞ୍ଜୟ କନହାର, ଫାକୁନା ସମାଲ, କାଳିଆ ସୁନା, ପ୍ରଭାତ କୁମାର ଭୋଇ, ପ୍ରକଶ ନାୟକ, ରଜନ ତାନ୍ତି, ବସନ୍ତ କୁମାର ଭୋଇ, ବୁଦ୍ଧିରାମ ଦାସ,ମନୋଜ କିଶୋର ମାଝୀ, ନାରାୟଣ ବେସାରା, ରବୀନ୍ଦ୍ର ମଲିକ, ସଞ୍ଜିବ କୁମାର ନାଏକ, ଖଗେଶ୍ୱର ନାଏକ, ପ୍ରଭାତ କୁମାର ଜେନା ଆଦି ସାମିଲ ଅଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe