ମହାଶିବରାତ୍ରୀରେ “ବାହୁବଳୀ-୨’ର ଝଲକ ! ହାତୀର ଶୁଣ୍ଢରେ ପ୍ରଭାସଙ୍କ ପୋଷ୍ଟର ହେଲା ରିଲିଜ୍

88

ପବିତ୍ର ମହାଶିବରାତ୍ରୀ ଅବସରରେ ବହୁ ଚର୍ଚ୍ଚିତ ସିନେମା “ବାହୁବଳୀ-୨’ର ପୋଷ୍ଟର ରିଲିଜ୍ ହୋଇଛି । ଏସ୍ଏସ୍ ରାଜମୌଳି ମହାନ ଶିବ ଭକ୍ତ ବାହୁବଳୀଙ୍କ ଫ୍ୟାନମାନଙ୍କୁ ଏହି ପୋଷ୍ଟରଟି ସରପ୍ରାଇଜ୍ ଭାବେ ଭେଟି ଦେଇଛନ୍ତି ।ଏହି ପୋଷ୍ଟର ବାହୁବଳୀର ସମସ୍ତ ବିଜୟର ଗାଥାକୁ ବୟାନ କରୁଛି । ପୋଷ୍ଟରରେ  ବାହୁବଳୀ ଏକ ବିରାଟକାୟ ହାତୀ ଉପରେ ଛିଡା ହୋଇ ତାଙ୍କର ବୀରତ୍ୱ ପ୍ରଦର୍ଶନ କରୁଛନ୍ତି ।

ଚଳିତ ବର୍ଷ ଫ୍ଲୋରକୁ ଆସିବ ଆକ୍ସନ ସିନେମା “ବାହୁବଳୀ-୨’ । ସିନେମାଟି ପରଦାକୁ ଆସିବା ପୂର୍ବରୁ ଏହି ପୋଷ୍ଟର ସୂଚାଇ ଦେଉଛି ସିନେମାର ମୁଖ୍ୟ ଚରିତ୍ର ପ୍ରଭାସଙ୍କର ଚମତ୍କାର ଅଭିନୟକୁ । ଯାହାକି ଦର୍ଶକଙ୍କୁ ନିଜ ଆଡକୁ ଟାଣିବାରେ ବେଶ୍ ସକ୍ଷମ ହେବ ବୋଲି କୁହାଯାଉଛି । ପୂର୍ବରୁ “ବାହୁବଳୀ-୨’ର ତିନୋଟି ପୋଷ୍ଟର ରିଲିଜ୍ ହୋଇ ଯାଇଛି ।