କନକ ବ୍ୟୁରୋ : ବଡ଼ଚଣା ବିଧାନସଭା ନିର୍ବାଚନ ମଣ୍ଡଳୀ ଅକ୍ତିଆର କଲେ ବିଜେଡ଼ି ପ୍ରାର୍ଥୀ ଅମର ଶତପଥୀ । ୧୩୯୧ ଭୋଟ ବ୍ୟବଧାନରେ ବଡ଼ଚଣା ହାସଲ କରିନେଲା ବିଜେଡ଼ି । ବିଜେପି ପ୍ରାର୍ଥୀ ଅମର ନାୟକଙ୍କୁ ହରାଇ ପୁଣି ଥରେ ବିଜୟ ଶିରିପା ପିନ୍ଧିଲେ ଅମର । ବିଜେଡିର ଦବଦବା ରହି ଆସିଥିବା ବଡ଼ଚଣା ବିଧାନସଭା ନିର୍ବାଚନ ମଣ୍ଡଳୀରେ ପୁଣି ଥରେ ବିଜେଡ଼ି ନିଜର ପ୍ରଭୂତ୍ୱ ଜାହିର କରିଛି । ଯାଜପୁର ସଂସଦୀୟ କ୍ଷେତ୍ରର ବଡ଼ଚଣା ବିଧାନସଭା ନିର୍ବାଚନମଣ୍ଡଳୀ ଅମର ଶତପଥୀ ପାଞ୍ଚ ପାଞ୍ଚ ଥର ବିଜୟୀ ହୋଇ ରେକର୍ଡ଼ କରିଥିବା ବେଳେ ଷଷ୍ଠ ଥର ପାଇଁ ବିଜୟ ହାସଲ କରି ନୂଆ ରେକର୍ଡ଼ ସୃଷ୍ଟି କରିଛନ୍ତି ।
ସୂଚନାଯୋଗ୍ୟ ଗତବର୍ଷ ୨୦୧୪ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଜନ୍ମେଜୟ ଲେଙ୍କାଙ୍କୁ ହରାଇ ବିଜୟୀ ହୋଇଥିଲେ ଅମର ଶତପଥୀ । ୨୦୧୪ରେ ୫୩,୩୩ ଖଣ୍ଡ ଭୋଟ ପାଇବା ସହ ୧୬ ହଜାର ୯୩୯ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ ଅମର ଶତପଥୀ । ୨୦୦୯ ନିର୍ବାଚନରେ ମଧ୍ୟ କଂଗ୍ରେସ ପ୍ରାର୍ଥୀ ସୀତାକାନ୍ତ ମହାପାତ୍ରଙ୍କୁ ହରାଇ ଅମର ପ୍ରସାଦ ଶତପଥୀ ଗାଦି ଅକ୍ତିଆର କରିଥିଲେ । ୨୦୦୯ରେ ୪୩,୪୭୩ ଖଣ୍ଡ ଭୋଟ ପାଇଥିଲେ ଅମର ପ୍ରସାଦ ଶତପଥୀ ।