ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ବିରାଟ ରାଲି : ଜିଲ୍ଲାପାଳଙ୍କ ଅଫିସ ଆଗରେ ବନବାସୀ, ନୂଆପଡାରେ ଜଙ୍ଗଲ ଜମି ପଟ୍ଟା ଦାବିରେ ଧାରଣାରେ ଲୋକେ

363

କନକ ବ୍ୟୁରୋ : ଜିଲ୍ଲାପାଳଙ୍କ ଅଫିସ ଆଗରେ ହଜାର ହଜାର ବନବାସୀ । ହାତରେ ଧନୁସର ସହ ପାରମ୍ପରିକ ଅସ୍ତ୍ରଶସ୍ତ୍ର । ଜଙ୍ଗଲ ଜମି ପଟ୍ଟା ଦାବିରେ ଧାରଣାରେ ଲୋକେ । ସ୍ଥାନୀୟ ଷ୍ଟାଡିୟମରେ ଏକାଠି ହୋଇଥିଲେ ଜିଲ୍ଲାର କୋଣ ଅନୁକୋଣରୁ ଆସିଥିବା ଆଦିବାସୀ । ହାତରେ ଥିଲା ପାରମ୍ପରିକ ଅସ୍ତ୍ରଶସ୍ତ୍ର ଆଉ ମୁଣ୍ଡରେ ଥିଲା ଖାଦ୍ୟ ସାମଗ୍ରୀ । ଖାଦ୍ୟ ପଦାର୍ଥ ଓ ଜାଳେଣୀ କାଠ ଧରି ଜିଲ୍ଲାପାଳ ଅଫିସ ଆଗରେ ଧାରଣାରେ ବସିଛନ୍ତି । ଦାବି ପୂରଣ ନହେବା ଯାଏଁ ଧାରଣରୁ ଉଠିବେ ନାହିଁ, ସେଇଠି ରୋଷେଇ କରିବେ ଓ ଖାଇପିଇ ଧାରଣା ଜାରି ରଖିବେ ବୋଲି କହିଛନ୍ତି ଆଦିବାସୀ ।

ଜିଲ୍ଲାର ଆଦିବାସୀ ଜନଜାତି ନିଜର ହକ୍ ପାଇଁ ଲଢେଇ ଜାରି ରଖିଛନ୍ତି । ବିଭିନ୍ନ ଦାବି ନେଇ ସରକାରଙ୍କ ଉଦେଶ୍ୟରେ ଜିଲ୍ଲାପ୍ରଶାସନକୁ ଦାବି ପତ୍ର ପ୍ରଦାନ କରିଛି ଜିଲ୍ଲା ବନବାସୀ ସଂଘ । ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଉପଜିଲ୍ଲାପାଳ ତରଣୀ ସେନ ନାୟକ ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଛନ୍ତି । ହେଲେ ଦାବୀ ପୂରଣ ନହେବା ଯାଏଁ ଆନ୍ଦୋଳନ ଜାରି ରହିବ ବୋଲି କହିଛି ବନବାସୀ ସଂଘ ।

ବନବାସୀଙ୍କ ଦାବି କ’ଣ ରହିଛି ଦେଖନ୍ତୁ
୧. ଆଦିବାସୀଙ୍କୁ ଜମି ପଟ୍ଟା ପ୍ରଦାନ ।
୨. ନୂତନ ଜଙ୍ଗଲ ଜମି ଚିହ୍ନଟ ।
୩. ଗୋଷ୍ଠୀ ଅଧିକାର ସମୃଦ୍ଧ ।
୪. ଅଣ ଆଦିବାସୀଙ୍କପ ସଂପୂର୍ଣ୍ଣ ସରକାରୀ ସହାୟତା ପ୍ରଦାନ ।