କନକ ବ୍ୟୁରୋ : ମୋଦିଙ୍କ ପ୍ରେମରେ ଯୋଗଗୁରୁ ରାମଦେବ ବାବା । ଲୋକସଭା ନିର୍ବାଚନରେ ପ୍ରଚଣ୍ଡ ବହୁମତରେ ବାଜି ମାରିନେଇଛି ବିଜେପି । ଏବେ ବିଜେପି ସରକାର ଗଠନ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି । ଭାରତ ହେଉ କି ଭାରତ ବାହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା ଖୁବ୍ ଅଧିକ । ତାଙ୍କର ନିଆରା ଅନ୍ଦାଜ ପାଇଁ ସେ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି । ହେଲେ ଏବେ ଦେଶ ତଥା ଦେଶ ବାହାରେ ମୋଦିଙ୍କ ଉପରେ ଚର୍ଚ୍ଚା । ବିଜେପିର ବିଜୟ ପରେ ଖୁସିରେ ଝୁମି ଉଠୁଛନ୍ତି ମୋଦି ପ୍ରେମୀ । ଏପରିସ୍ଥଳେ ଯୋଗଗୁରୁ ରାମଦେବ ବିଜେପିର ବିଜୟକୁ ଐତିହାସିକ ବୋଲି କହିଛନ୍ତି । ମୋଦି ସରକାର ପୁଣି ଥରେ ସତ୍ତାକୁ ଫେରିବା ପରେ ୨୩ମେକୁ ମୋଦି ଦିବସ କିମ୍ବା ଜନକଲ୍ୟାଣ ଦିବସ ରୂପେ ପାଳନ କରାଯିବା ଉଚିତ ବୋଲି ସେ କହିଛନ୍ତି ।
ଦିଲ୍ଲୀ ଏମସିଆରରେ ଅମୁଲ ଓ ମଦର ଡାଏରୀ ଦ୍ୱାରା କ୍ଷୀର ମୂଲ୍ୟ ୨ଟଙ୍କା ବୃଦ୍ଧି ପାଇବା ପରେ ବାବା ରାମଦେବ ଗତକାଲି ଟୋନଡ଼୍ କ୍ଷୀରା ଶସ୍ତାରେ ଲଂଚ କରିଛନ୍ତି । ଲହୁଣୀରେ ତିଆରି କିଛି ଅନ୍ୟାନ୍ୟ ସାଗ୍ରୀ ମଧ୍ୟ ବଜାରକୁ ଆଣିଛନ୍ତି ଯୋଗାଗୁରୁ । ପତଞ୍ଜଳି ସାମଗ୍ରୀ ଲଂଚ କରିବା ଅବସରରେ ରାମଦେବ କହିଛନ୍ତି ୨୩ମେ ଭାରତୀୟଙ୍କ ପାଇଁ ଏକ ଅଭୁଲା ମୁହୂର୍ତ୍ତ । ଲୋକେ ଏହି ଦିନକୁ ମନେ ରଖିବା ଉଚିତ । ଆଉ ସେଥିପାଇଁ ୨୩ମେକୁ ମୋଦି ଦିବସ ରୂପେ ପାଳନ କରାଯିବା ଉଚିତ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/05/ramdev-and-modi.jpg)