ବାବା ରାମଦେବଙ୍କ ଆଉ ଏକ ଧମାକା ! ହର୍ବାଲ ଖାଦ୍ୟରେ କେଏଫସି ଓ ମାକଡୋନଲ୍ଡକୁ ଦେବେ ଟକ୍କର

21

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ନିଜ ଗବେଷଣାଗାର ଉଦଘାଟନ କରିବା ପରେ ବାବା ରାମଦେବ ଏବେ ଆଉ ଏକ ନୂଆ ଘୋଷଣା କରିଛନ୍ତି । ଏବେ ଦେଶରେ ରେସ୍ତୋରାଁ ଚେନ ଚଳାଇଥିବା କେଏଫସି, ମ୍ୟାକଡୋନାଲ୍ଡ ପରି ଖାଦ୍ୟ ଚେନକୁ ଟକ୍କର ଦେବା ପାଇଁ ନିଜର ହର୍ବାଲ ଖାଦ୍ୟ ଚେନ ନେଇ ଆସିବେ ବୋଲି ସେ ପ୍ରକାଶ କରିଛନ୍ତି ।

କମ୍ପାନୀର ଆୟ ୧୦ ହଜାର କୋଟିରୁୁ ଅଧିକ ହେବା ପରେ ବାବା ରାମଦେବ ଘୋଷଣା କରିଛନ୍ତି ଏବେ ସେ ଅନ୍ତରାଷ୍ଟ୍ରୀୟ ଖାଧ୍ୟ ଚେନକୁ ମଧ୍ୟ ସେହିପରି ମାତ ଦେବେ ଯେପରି ବହୁରାଷ୍ଟ୍ରୀୟ ଏମଏଫସିଜି ପରି କମ୍ପାନୀକୁ ଦେଇଛନ୍ତି । ପତଞ୍ଜଳୀ ତରଫରୁ ନିକଟରେ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ନିଜର ବ୍ୟବସାୟ ଯୋଜନା ନେଇ ଘୋଷଣା କରି କହିଛନ୍ତି ବାବା ରାମଦେବ, ଭଲ ସ୍ୱାସ୍ଥ୍ୟ ପାଇଁ ଜରୁରୀ ହର୍ବାଲ ଖାଧ୍ୟ ।

ଏବେ ଦେଶର ଖୁଚରା ବ୍ୟବସାୟ ପାଖାପାଖି ୫୭ ପ୍ରତିଶତ ଖାଧ୍ୟ ବଜାର ଉପରେ ନିର୍ଭର । ୨୦୧୫ ପର୍ଯ୍ୟନ୍ତ ଏହି ବଜାର ୩ନି ଗୁଣ ବଢିଯିବ । ବାବାଙ୍କ ନଜର ଏବେ ଏହି ଖାଦ୍ୟ ବଜାର ଉପରେ । ସମସ୍ତେ ଜାଣନ୍ତି ଅନ୍ୟ ଉତ୍ପାଦ ପରି ଖାଧ୍ୟ ବଜାରରେ ସେ ନିଶ୍ଚତ ରୂପେ ନିଜର ସ୍ଥାନ ଜାହର କରିପାରିବେ ବୋଲି ଆଶା କରାଯାଉଛି ।

                        ସୌଜନ୍ୟ-ଆଜତକ.କମ