ପୁଣି ଥରେ ନିଜ ପ୍ରତିଭା ଦେଖାଇବା ସହ ଗଣମାଧ୍ୟମର ହେଡଲାଇନ୍ ପାଲଟିଛନ୍ତି ଯୋଗଗୁରୁ ରାମଦେବ। ‘ଏଜେଣ୍ଡା ଆଜ୍ ତକ୍ ୨୦୧୬’ ମଞ୍ଚରେ ବେଫିକ୍ରେ ଅଭିନେତା ରଣବୀର ସିଂ ସହ ଏକାଠି ହୋଇ ବଲିଉଡ୍ ଗୀତରେ ଠୁମକା ଲଗାଇଛନ୍ତି ବାବା ରାମଦେବ। ଏହା ସହ ବାବା ନିଜ କାନ୍ଧ ଉପରେ ଅଭିନେତା ରଣବୀର ସିଂଙ୍କୁ ଉଠାଇ ମଞ୍ଚରେ ଚାରିଆଡେ ବୁଲିଥିଲେ ।
ତେବେ ପ୍ରକୃତ ଘଟଣା ହେଉଛି , ଇଭେଂଟରେ ରଣବୀର ସିଂ ରାମଦେବ ବାବାଙ୍କୁ ମଞ୍ଚରେ ସାମିଲ ହୋଇ ଏକାଠି ଡ୍ୟାନ୍ସ କରିବା ପାଇଁ ନିମନ୍ତ୍ରଣ କରିଥିଲେ । କିନ୍ତୁ ତାଙ୍କୁ ଡ୍ୟାନ୍ସ ଜଣାନାହିଁ ବୋଲି କହିବା ସହ କେବଳ ସୂର୍ଯ୍ୟ ନମସ୍କାର ଆସେ ବୋଲି କହିଥିଲେ ବାବା । ଏହା ପରେ ଆରମ୍ଭ ହୋଇଥିଲା ଉଭୟଙ୍କ ସୂର୍ଯ୍ୟ ନମସ୍କାର ଷ୍ଟାଇଲରେ ଡ୍ୟାନ୍ସ । ମଞ୍ଚରେ ବାବାଙ୍କୁ ହରାଇବାକୁ ସବୁ ପ୍ରୟାସ କରିଥିଲେ ହେଁ ଶେଷରେ ପରାଜୟ ସ୍ୱୀକାର କରିବାକୁ ବାଧ୍ୟ ହୋଇଥିଲେ ରଣବୀର । ତେବେ ଏହି ଦୃଶ୍ୟକୁ ଦର୍ଶକ ଖୁବ ଉପଭୋଗ କରିବା ସହ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ୍ ହୋଇଛି ବାବାଙ୍କ ନୂଆ ଅନ୍ଦାଜ୍ ।
ଦେଖନ୍ତୁ ଏହି ଭିଡିଓ :
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2016/12/Ranveer-Singh-Baba-Ramdev.jpg)