ନୂଆ ଅବତାରରେ ସାମ୍ନାକୁ ଆସିଲେ ଯୋଗଗୁରୁ : ଚାଷୀ ବେଶରେ ନଜର ଆସିଲେ ବାବା ରାମଦେବ, ହରିଦ୍ୱାର ପତଞ୍ଜଳି ପୀଠରେ ବିଲରେ ଗହମ କାଟିଲେ ବାବା

Advertisment
ନୂଆ ଅବତାରରେ ସାମ୍ନାକୁ ଆସିଲେ ଯୋଗଗୁରୁ : ଚାଷୀ ବେଶରେ ନଜର ଆସିଲେ ବାବା ରାମଦେବ, ହରିଦ୍ୱାର ପତଞ୍ଜଳି ପୀଠରେ ବିଲରେ ଗହମ କାଟିଲେ ବାବା

କନକ ବ୍ୟୁରୋ : ଚାଷୀ ବେଶରେ ନଜର ଆସିଲେ ଯୋଗଗୁରୁ ବାବା ରାମଦେବ । ଯୋଗ, କୁସ୍ତି ଏବଂ ବ୍ୟବସାୟ କରି ଚର୍ଚ୍ଚାକୁ ଆସିଥିବା ବାବା ରାମଦେବ ଏବେ ଏକ ନୂଆ ଅବତାରରେ ସାମ୍ନାକୁ ଆସିଛନ୍ତି । ହରିଦ୍ୱାର ପତଞ୍ଜଳି ପୀଠ ନିକଟରେ ଥିବା ବିଲରେ ଗହମ କାଟିଛନ୍ତି ବାବା । ଯାହାର ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।

publive-image

ବାବା ରାମଦେବ ସବୁବେଳେ କୌଣସି ନା କୌଣସି କାରଣରୁ ଚର୍ଚ୍ଚାରେ ରହି ଆସିଛନ୍ତି । ସୂଚନା ଅନୁସାରେ ହରିଦ୍ୱାରରେ ଥିବା ପତଞ୍ଜଳି ଯୋଗ ପୀଠରେ ସକାଳୁ ସକାଳୁ ମର୍ଣ୍ଣିଂ ୱାକରେ ବାହାରିଥିଲେ ବାବା । ଆଉ ଠିକ୍ ଏହି ସମୟରେ ଚାଷୀମାନେ ଗହମ କାଟୁଥିବା ଦେଖିବାକୁ ପାଇଥିଲେ ଯୋଗଗୁରୁ ।

କାଳବିଳମ୍ବ ନକରି, ବିଲକୁ ଛୁଟିଥିଲେ ବାବା । ଚାଷୀଙ୍କ ସହ ମିଶି ଗହମ କାଟିବା ଆରମ୍ଭ କରିଦେଇଥିଲେ ବାବା ରାମଦେବ । ଯୋଗ କରିବା ବେଳେ ବାବାଙ୍କୁ ଯେଉଁ ଗତି ଦେଖିବାକୁ ମିଳିଥାଏ, ଠିକ୍ ଚାଷ କାମ କରିବା ବେଳେ ବି ବେଶ ଦୃତଗତିରେ ଚାଷ କାମ କରିବାକୁ ଦେଖିବାକୁ ମଳିଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe