କନକ ବ୍ୟୁରୋ : ଚାଷୀ ବେଶରେ ନଜର ଆସିଲେ ଯୋଗଗୁରୁ ବାବା ରାମଦେବ । ଯୋଗ, କୁସ୍ତି ଏବଂ ବ୍ୟବସାୟ କରି ଚର୍ଚ୍ଚାକୁ ଆସିଥିବା ବାବା ରାମଦେବ ଏବେ ଏକ ନୂଆ ଅବତାରରେ ସାମ୍ନାକୁ ଆସିଛନ୍ତି । ହରିଦ୍ୱାର ପତଞ୍ଜଳି ପୀଠ ନିକଟରେ ଥିବା ବିଲରେ ଗହମ କାଟିଛନ୍ତି ବାବା । ଯାହାର ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।
ବାବା ରାମଦେବ ସବୁବେଳେ କୌଣସି ନା କୌଣସି କାରଣରୁ ଚର୍ଚ୍ଚାରେ ରହି ଆସିଛନ୍ତି । ସୂଚନା ଅନୁସାରେ ହରିଦ୍ୱାରରେ ଥିବା ପତଞ୍ଜଳି ଯୋଗ ପୀଠରେ ସକାଳୁ ସକାଳୁ ମର୍ଣ୍ଣିଂ ୱାକରେ ବାହାରିଥିଲେ ବାବା । ଆଉ ଠିକ୍ ଏହି ସମୟରେ ଚାଷୀମାନେ ଗହମ କାଟୁଥିବା ଦେଖିବାକୁ ପାଇଥିଲେ ଯୋଗଗୁରୁ ।
କାଳବିଳମ୍ବ ନକରି, ବିଲକୁ ଛୁଟିଥିଲେ ବାବା । ଚାଷୀଙ୍କ ସହ ମିଶି ଗହମ କାଟିବା ଆରମ୍ଭ କରିଦେଇଥିଲେ ବାବା ରାମଦେବ । ଯୋଗ କରିବା ବେଳେ ବାବାଙ୍କୁ ଯେଉଁ ଗତି ଦେଖିବାକୁ ମିଳିଥାଏ, ଠିକ୍ ଚାଷ କାମ କରିବା ବେଳେ ବି ବେଶ ଦୃତଗତିରେ ଚାଷ କାମ କରିବାକୁ ଦେଖିବାକୁ ମଳିଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/04/vlcsnap-2019-04-26-10h40m21s485.png)
/kanak/media/post_attachments/wp-content/uploads/2019/04/vlcsnap-2019-04-26-10h39m55s051-300x220.png)