‘ବାହୁବଲୀ ୨’ ର ଅଭୁତପୂର୍ବ ସଫଳତା ପରେ ପ୍ରଭାସଙ୍କୁ ୬୦୦୦ ଝିଅଙ୍କ ବିବାହ ପ୍ରସ୍ତାବ ଆସିଛି । କିନ୍ତୁ ପ୍ରଭାସ ସେ ସବୁ ପ୍ରସ୍ତାବକୁ ନାପସନ୍ଦ କରିଦେଇଛନ୍ତି । ତେବେ ଆପଣ ଜଣନ୍ତି କି ପ୍ରଭାସଭଙ୍କ ମନ ଚୋରି କରିଛନ୍ତି ଜଣେ ବଲିଉଡର ସଫଳ ଅଭିନେତ୍ରୀ । ଆଉ ସେହି ଅଭିନେତ୍ରୀ ଜଣକ ଏବେ ବଲିଉଡରେ ରାଜ କରୁଛନ୍ତି । ନିକଟରେ ପ୍ରଭାସ ତାଙ୍କର କ୍ରସ ବିଷୟରେ କହିଥିଲେ । ସେହି ଅଭିନେତ୍ରୀ ଜଣକ ଆଉ କେହି ନୁହଁ ସେ ହେଲେ ବଲିଉଡ ଦିଭା ଦୀପିକା ପାଦୁକୋନ ।
ବିବାହର ପାଇଁ ଏତେ ପ୍ରସ୍ତାବ ନାପସନ୍ଦ କରିବା ପରେ ବାହୁବଲୀ ପ୍ରଭାସ ଖୁଲାସା କରିଛନ୍ତି ଦୀପିକା ପାଦୁକୋନ ତାଙ୍କୁ ବହୁତ ପସନ୍ଦ । ଏବଂ ତାଙ୍କ ସହ ଯେମିତି ହେଲ ଗୋଟିଏ ସିନେମାରେ ଅଭିନୟ କରିବେ ବୋଲି କହିଛନ୍ତି ପ୍ରଭାସ । “ବାହୁବଲୀ ୨” ର ସଫଳତା ପରେ ପ୍ରଭାସ ଏବେ ନିଜ ସାଙ୍ଗ ମାନଙ୍କ ସହ ଯାଇଛନ୍ତି ଛୁଟି ମନାଇବା ପାଇଁ, ଜୁନରେ ସେ ଭାରତ ଫେରିବେ । ଭାରତ ଆସି ସେ ତାଙ୍କର ଆଗାମୀ ସିନେମା ‘ସାହୋ’ର ସୁଟିଂ ଆରମ୍ଭ କରିବେ ବୋଲି ଜଣାପଡିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/05/3300_prabhas.jpg)