ଲକ୍ଷ୍ୟ ହାସଲ ପାଇଁ ଅର୍ଥ ନୁହେଁ ପ୍ରତିବନ୍ଧକ : ଆଖୁରସ ବିକି ବି.ଟେକ୍‌ ପଢ଼ୁଛନ୍ତି ଭଦ୍ରକ ଜିଲ୍ଲାର ସ˚ଗ୍ରାମ

317

କନକ ବ୍ୟୁରୋ : ଲକ୍ଷ୍ୟ ହାସଲ ପାଇଁ ଅର୍ଥ କେବେ ପ୍ରତିବନ୍ଧକ ନୁହେଁ । ଏଥିପାଇଁ ଲୋଡ଼ା ନିଷ୍ଠା, ନିରନ୍ତର ପ୍ରଚେଷ୍ଟା ଓ ଆନ୍ତରିକ ପ୍ରୟାସ । ଯାହାର ଜ୍ବଳନ୍ତ ଦୃଷ୍ଟାନ୍ତ ହେଉଛନ୍ତି ଭଦ୍ରକ ଜିଲ୍ଲା ଧାମନଗର ବ୍ଳକ ମଲ୍ଲିକପାଟଣା ଗାଁର ଦୈତାରୀ ମଲ୍ଲିକଙ୍କ ପୁଅ ସ˚ଗ୍ରାମ ମଲ୍ଲିକ । ସଂଗ୍ରାମ ନିଜର ଉଚ୍ଚଶିକ୍ଷା (ବି.ଟେକ୍‌) ପାଇଁ ରାସ୍ତା କଡ଼ରେ ବସି ଆଖୁରସ ବିକ୍ରି କରୁଛନ୍ତି । ଆର୍ଥିକ ଭାବେ ଅତ୍ୟନ୍ତ ଦୁର୍ବଳ ସ˚ଗ୍ରାମଙ୍କ ପାଠପଢା ନିଶା ଆଗରେ ହାର ମାନିଛି ସବୁ ପ୍ରତିବନ୍ଧକ ।

ସ˚ଗ୍ରାମଙ୍କ ପରିବାରର ଆର୍ଥିକ ଅବସ୍ଥା ଭାରି ଦୟନୀୟ । କେବଳ ଘରବାଡ଼ିକୁ ଛାଡ଼ିଦେଲେ ସମ୍ବଳ ବୋଲି କିଛି ନାହିଁ। ମାଟ୍ରିକ ପାସ୍‌ ପରେ ଇ˚ଜିନିୟରି˚ ପଢିବାକୁ ମନ ବଳାଇଥିଲେ ସ˚ଗ୍ରାମ । କିନ୍ତୁ ଘରର ଆର୍ଥିକ ଅବସ୍ଥା ସେଥିରେ ବାଧକ ସାଜିଥିଲା । ହେଲେ ହାର ମାନି ନ ଥିଲେ ସଂଗ୍ରାମ । ବାପାଙ୍କୁ ମନାଇ ଗାଁ ଲୋକଙ୍କ ଜମିକୁ ଭାଗରେ ନେଇ ଆରମ୍ଭ କରିଥିଲେ ଆଖୁଚାଷ । ପ୍ରାୟ ୧୫ ଗୁଣ୍ଠ ଜମିରେ ଆଖୁଚାଷ କରି ଭଦ୍ରକ ଇ˚ଜିନିୟରି˚ ସ୍କୁଲ ଆଣ୍ତ ଟେକ୍ନୋଲୋଜିରେ ଡିପ୍ଲୋମା ପଢ଼ିଥିଲେ । ଭାଗ ଚାଷ ବାବଦ ଆଖୁକୁ ବିକ୍ରି କରିବା ବଦଳରେ ସ˚ଗ୍ରାମ ଏହାକୁ ନେଇ କିଛି ଭିନ୍ନ ଚିନ୍ତା କରିଥିଲେ । ଧାରଉଧାର କରି ଏକ ଆଖୁରସ ପେଡ଼ା ମେସିନ କିଣି ବାପାଙ୍କ ସହ ମିଶି ବେପାର ଆରମ୍ଭ କଲେ । ଏବେ ସେ ଭଦ୍ରକ-ଆଖଣ୍ତଳମଣି ମୁଖ୍ୟରାସ୍ତା ଅସୁରାଳି ବଜାର ନିକଟରେ ଦୈନିକ ଆଖୁରସ ବିକ୍ରି କରୁଛନ୍ତି। ଆଖୁରସ ବିକ୍ରିରୁ ଯେଉଁ ଦି ପଇସା ରୋଜଗାର ହେଉଛି ସେଥିରେ ତାଙ୍କ ଘର ଚଳିବା ସହ ଉଚ୍ଚଶିକ୍ଷା ପାଇଁ ଆବଶ୍ୟକ ପଡୁଥିବା ଖର୍ଚ୍ଚ ବି ଉଠିଯାଉଛି । ଏହା ମଧ୍ୟରେ ସେ ଡିପ୍ଲୋମା ପାସ୍‌ କରି ଭଦ୍ରକ ବରପଦାସ୍ଥିତ ଇ˚ଜିନିୟରି˚ କଲେଜ (ବିଆଇଇଟି)ରେ ବି. ଟେକ୍‌ରେ ନାମ ଲେଖାଇଛନ୍ତି ।

ସଂଗ୍ରାମ ପ୍ରତିଦିନ ସକାଳୁ ଜମିରୁ ଆଖୁ କାଟିବା ପରେ ନିଜ କାନ୍ଧରେ ବୋହି ଦୋକାନ ପର୍ଯ୍ୟନ୍ତ ଆଣିବା ସହ ବାପାଙ୍କ ସହ ମିଶି ପଥଚାରୀଙ୍କୁ ଆଖୁରସ ବିକ୍ରି କରିଥାନ୍ତି । ଏଭଳି ବ୍ୟସ୍ତତା ମଧ୍ୟରେ ନିଜ ମୁଖ୍ୟ ଲକ୍ଷ୍ୟ ‘ପଢାରୁ କେବେ ବିଚ୍ୟୁତ ହୋଇନାହାନ୍ତି ସେ । ଘରଠାରୁ ୨୫ କିଲୋମିଟର ଦୂର ଇଂଜିନିୟରିଂ କଲେଜକୁ ସଠିକ ସମୟରେ ଯିବା ସହ ପଢିବା ପାଇଁ ଦରକାର ହେଉଥିବା ଅର୍ଥ ସ˚ଗ୍ରହର ମାଧ୍ୟମକୁ ବି ସମ୍ଭାଳିଛନ୍ତି । ଉଚ୍ଚଶିକ୍ଷା ସାଙ୍ଗକୁ ଭବିଷ୍ୟତରେ ଭଲ ମଣିଷ ହୋଇ ଚାକିରି ଲକ୍ଷ୍ୟ ରଖିଥିବା ସ˚ଗ୍ରାମଙ୍କର ଏହି ପ୍ରୟାସ ବାସ୍ତବରେ ଆଜିର ଯୁବପିଢି ପାଇଁ ଏକ ନିଆରା ଉଦାହରଣ ।