କନକ ବ୍ୟୁରୋ : ଏଏସଆଇ ରିପୋର୍ଟ ଆଧାରରେ ଅଯୋଧ୍ୟା ନିଷ୍ପତ୍ତି ଶୁଣାଇଥିଲେ ସୁପ୍ରିମକୋର୍ଟ । ରିପୋର୍ଟରେ ଆର୍କିଓଲଜିକାଲ୍ ସର୍ଭେ ଅଫ୍ ଇଣ୍ଡିଆ ବା ଭାରତୀୟ ପ୍ରତ୍ନତତ୍ୱ ସର୍ବେକ୍ଷଣ ସଂସ୍ଥାର ରିପୋର୍ଟକୁ ଗ୍ରହଣ କରିି ସୁପ୍ରିମକୋର୍ଟ ରାୟ ଶୁଣାଇଥିଲେ । ଆଉ ୭୦ ବର୍ଷର ଏହି ମାମଲାରେ ଏଏସଆଇର ପ୍ରମାଣ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥିଲା । କୌଣସି ଖାଲି ସ୍ଥାନରେ ମସଜିଦ ନିର୍ମାଣ ହୋଇନଥିଲା ବୋଲି ଏଏସଆଇ ତା’ର ରିପୋର୍ଟରେ ଦର୍ଶାଇଥିଲା । ୧୫ ବର୍ଷ ତଳେ ହୋଇଥିବା ସର୍ବେକ୍ଷଣରେ କ’ଣ ସବୁ ପ୍ରମାଣ ମିଳିଥିଲା, ର୍ ।

Advertisment

ଦେଶର ସବୁଠୁ ବଡ଼ ମକଦ୍ଦମାର ଫଇସଲା ପାଇଁ ଆଧାର ବନିଥିଲା ଭାରତୀୟ ପ୍ରତ୍ନତତ୍ୱ ସର୍ବେକ୍ଷଣ ସଂସ୍ଥାର ପ୍ରମାଣ । ଅଯୋଧ୍ୟା ବିବାଦ ଉପରେ ରାୟ ଶୁଣାଇବା ବେଳେ ସୁପ୍ରିମକୋର୍ଟ କହିଛନ୍ତି, ଆସ୍ଥା ଓ ବିଶ୍ୱାସ ଆଧାରରେ ଜମି ମାଲିକାନା ଦିଆଯାଇ ପାରିବ ନାହିଁ । ରାୟ ପଢ଼ିବା ବେଳେ ଏଏସଆଇ ବା ପ୍ରତ୍ନତତ୍ୱ ସର୍ବେକ୍ଷଣ ସଂସ୍ଥାର ରିପୋର୍ଟ ବୈଧ ବୋଲି କହିଥିଲେ ପୂର୍ବତନ ପ୍ରଧାନ ବିଚାରପତି ରଂଜନ ଗୋଗୋଇ ।

ଏଏସ୍ଆଇ ରିପୋର୍ଟ କ’ଣ କହିଥିଲେ ନଜର ପକାନ୍ତୁ -
ଖାଲି ସ୍ଥାନରେ ନିର୍ମାଣ ହୋଇନଥିଲା ମସଜିଦ୍
ପୁରୁଣା ନିର୍ମାଣ ଉପରେ ଗଢ଼ା ହୋଇଥିଲା ମସଜିଦ୍
ଖନନ ବେଳେ ଯାହା ମିଳିଛି, ତାହା ଇସ୍ଲାମିକ୍ ଢାଂଚା ନଥିଲା
ତେବେ ମନ୍ଦିର ଭଙ୍ଗାଯାଇ ମସଜିଦ୍ ହୋଇଥିବା ଉଲ୍ଲେଖ ନାହିଁ

publive-image

୨୦୦୩ ମସିହାରେ ଅଯୋଧ୍ୟାରବିବାଦୀୟ ସ୍ଥଳରେ ଆର୍କିଓଲଜିକାଲ୍ ସର୍ଭେ ଅଫ୍ ଇଣ୍ଡିଆ ଅର୍ଥାତ୍ ଭାରତୀୟ ପ୍ରତ୍ନତତ୍ୱ ସର୍ବେକ୍ଷଣ ସଂସ୍ଥା ସର୍ବେକ୍ଷଣ କରିଥିଲା । ଆହ୍ଲାବାଦ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ବିବାଦୀୟ ଜମିରେ ଖନନ କାର୍ଯ୍ୟ ଆରମ୍ଭ କରିଥିଲା । ଖନନ ବେଳେ ଯେଉଁ ସବୁ ସାମଗ୍ରୀ ମିଳିଥିଲା, ତାକୁ ବୈଜ୍ଞାନିକ ପଦ୍ଧତିରେ ପରୀକ୍ଷା ନିରୀକ୍ଷା କରାଯାଇଥିଲା । ଏହି ଆଧାରରେ ମସଜିଦ୍ ତଳେ ପୁରୁଣା ମନ୍ଦିରର ଅବଶେଷ ରହିଛି ବୋଲି ଦାବି କରିଥିଲା ଏଏସଆଇ । ଆହ୍ଲାବାଦ ହାଇକୋର୍ଟଙ୍କ ଫଇସଲାରେ ମଧ୍ୟ ପ୍ରତ୍ନତତ୍ୱ ସର୍ବେକ୍ଷଣ ସଂସ୍ଥା ଦେଇଥିବା ପ୍ରମାଣ, ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥିଲା ।

() ହିନ୍ଦୁ ପକ୍ଷଙ୍କ ଯୁକ୍ତି ଥିଲା ଯେ ପଦ୍ମପୁରାଣ ଓ ସ୍କନ୍ଦପୁରାଣରେ ରାମ ଜନ୍ମଭୂମି ନେଇ ସ୍ପଷ୍ଟ ବ୍ୟାଖ୍ୟା ରହିଛି । ଏଏସଆଇର ଖନନ ରିପୋର୍ଟକୁ ଆଧାର କରି ଯୁକ୍ତି କରାଯାଇଥିଲା ଯେ ୧୫୨୮ ମସିହାରେ ଏକ ବିଶାଳ ମନ୍ଦିରକୁ ଭାଙ୍ଗି ଦିଆଯାଇ ମୋଗଲ ସମ୍ରାଟ ବାବରଙ୍କ ସେନାପତି ମୀର ବାକୀ ମସଜିଦ ନିର୍ମାଣ କରିଥିଲେ । ଖନନ ବେଳେ ଯେଉଁ ସବୁ ଅବଶେଷ ମିଳିଥିଲା, ତାହା ହିନ୍ଦୁ ଦେବାଦେବୀଙ୍କ ପ୍ରତୀକ ଥିଲା ।

() ସୁନ୍ନୀ ୱାକଫ୍ ବୋର୍ଡର ଦଲିଲ ଥିଲା ଭାରତୀୟ ସର୍ବେକ୍ଷଣ ସଂସ୍ଥା ଯେଉଁ ପ୍ରମାଣ ଦେଇଛି, ତାହା ବୈଜ୍ଞାନିକ ସିଦ୍ଧାନ୍ତ ଉପରେ ହୋଇନାହିଁ । ଏଏସ୍ଆଇ ରିପୋର୍ଟରେ ପ୍ରଶ୍ନ ଚିହ୍ନ ଲଗାଇଥିବା ଦୁଇ ଜଣ ସ୍ୱତନ୍ତ୍ର ପ୍ରତ୍ନତତ୍ୱବିତ୍ ସୁପ୍ରିୟା ବିରାମ ଓ ଜୟା ମେନନଙ୍କ ମତକୁ ଉଲ୍ଲେଖ କରିଥିଲା ସୁନ୍ନୀ ୱାକଫ୍ ବୋର୍ଡ ।

() ଦୁଇ ପକ୍ଷର ଯୁକ୍ତି ଶୁଣିବା ପରେ ଏଏସଆଇ ରିପୋର୍ଟକୁ ଗ୍ରହଣ କରିଥିଲେ ସର୍ବୋଚ୍ଚ ନ୍ୟାୟାଳୟ । ୭୦ ବର୍ଷର ପୁରୁଣା ମାମଲାରେ ବଡ଼ ଭୂମିକା ତୁଲାଇଥିଲା ଏହି ରିପୋର୍ଟ ।