କରୋନା ମୁକାବିଲା ପାଇଁ ବଣ୍ଟା ଯାଉଛି ସଚେତନତାର ବାର୍ତ୍ତା : କନ୍ଧମାଳ ବାଲିଗୁଡାରେ ଚାଙ୍ଗୁ ବଜାଇ ଲୋକଙ୍କୁ ବୁଝାଉଛନ୍ତି ଆଦିବାସୀ ଯୁବକ, ସେପଟେ ବାହାର ଲୋକଙ୍କ ଗାଁକୁ ପୁରାଇ ନଦେବାକୁ ଅଣ୍ଟା ଭିଡିଲେ ନବରଙ୍ଗପୁରର ମହିଳା ସ୍ୱୟଂସହାୟିକା ଗୋଷ୍ଠୀ

276

କନକ ବ୍ୟୁରୋ : କରୋନା ମୁକାବିଲା ପାଇଁ ଗାଁଠାରୁ ସହର ସମସ୍ତେ ଅଣ୍ଟା ଭିଡିଛନ୍ତି । କେବଳ ପ୍ରଶାସନିକ ଅଧିକାରୀ ନୁହନ୍ତି ସାଧାରଣ ଲୋକ ବି ସଚେତନତାର ବାର୍ତ୍ତା ବାଣ୍ଟୁଛନ୍ତି । ଏଭଳି ଚିତ୍ର ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲାରେ । ବାଲିଗୁଡା ନିକଟସ୍ଥ ସୁଡ୍ରା ପଞ୍ଚାୟତରେ ପାରମ୍ପାରିକ ଚାଙ୍ଗୁ ବଜାଇ ଆଦିବାସୀ ଯୁବକଙ୍କ ଲୋକଙ୍କୁ ସଚେତନ କରାଉଛି । ଏହାଛଡା ପୁଲିସ, ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନ, ଅଙ୍ଗନୱାଡି ଓ ଆଶା କର୍ମୀ ବି ଲୋକଙ୍କୁ ସଚେତନ କରାଉଛନ୍ତି ।

ସେପଟେ ନିଜ ଅଞ୍ଚଳକୁ କରୋନା ସଂକ୍ରମଣଠାରୁ ଦୂରେଇ ରଖିବା ପାଇଁ ଗାଁକୁ ଆସୁଥିବା ବାହାର ଗାଁ ବା ସହରର ଲୋକଙ୍କୁ ପ୍ରବେଶ ଉପରେ କଟକଣା ଲଗାଇଛନ୍ତି ନବରଙ୍ଗପୁରର ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳା । ଗାଁ ରାସ୍ତାରେ ବାଡ ବାନ୍ଧି ଲୋକଙ୍କୁ ଘରେ ରହିବା ପାଇଁ ସଚେତନ କରୁଛନ୍ତି । ଏବଂ ଯେଉଁମାନେ ଅତି ଜରୁରି କାର୍ଯ୍ୟରେ ଆସୁଛନ୍ତି ସେମାନଙ୍କୁ ହାଣ୍ଡୱାସରେ ହାତ ଧୋଇ ଓ ମାସ୍କ ପ୍ରଦାନ କରି ଗାଁ ଭିତରକୁ ଛାଡୁଛନ୍ତି । ମହିଳା ସଦସ୍ୟଙ୍କ ଏଭଳି ପଦକ୍ଷେପକୁ ସାଧାରଣରେ ବେଶ ପ୍ରଶଂସା କରାଯାଉଛି ।