ସ୍ବାଧୀନ ଭାରତ ଇତିହାସରେ ସବୁଠାରୁ ବଡ଼ ଆତଙ୍କବାଦୀ ଆକ୍ରମଣ ! ସମସ୍ତେ ସ୍ତବ୍ଧ, ଦେଶବ୍ୟାପୀ ତୀବ୍ର ପ୍ରତିକ୍ରିୟା

289

କନକ ବ୍ୟୁରୋ : ଜୈସ ସଂଗଠନ କଶ୍ମୀରରେ ଭାରତୀୟ ସେନାକୁ ଲଗାତାର ଟାର୍ଗେଟ୍‌ କରି ଚାଲିଥିବା ବେଳେ ପ୍ରଥମ ଥର ପାଇଁ ଏକ ବିସ୍ଫୋରକ ବୋଝେଇ ସ୍କର୍ପିଓ ବ୍ୟବହାର କରି ସିଆର୍‌ପିଏଫ୍‌ ଉପରେ ଆକ୍ରମଣ କରିଛି । ପଠାନ କୋଟ ଏବଂ ଉରି ପରେ ଭାରତୀୟ ଯବାନଙ୍କ ଉପରେ ଏତେ ଭୟାନକ ଆକ୍ରମଣ ସମସ୍ତଙ୍କ କଳ୍ପନା ବାହରେ ଥିଲା । ସିରିୟା ଏବଂ ଆଫଗାନ୍‌ ଶୈଳୀରେ ଆକ୍ରମଣ ପାଇଁ ଜୈସ-ଏ-ମହମ୍ମଦ ଆତଙ୍କବାଦୀ ସ˚ଗଠନ ଯୋଜନା କରୁଥିବା ନେଇ କେତେକ ଗୁଇନ୍ଦା ତଥ୍ୟ ମିଳିଥିଲେ ମଧ୍ୟ ଏହାକୁ ରୋକିବାକୁ କୌଣସି ଉପାୟ ନଥିଲା । ସ୍ଥାନୀୟ ଆତଙ୍କବାଦୀ ଆଦିଲ୍‌ ଅହମ୍ମଦ ଏହାକୁ କାର୍ଯ୍ୟକାରୀ କରିଥିଲେ ମଧ୍ୟ ଏହାର ମୁଖିଆ ମସୁଦ ଆଝାରର ଯୋଜନକ୍ରମେ ହିଁ ସବୁକିଛି ହେଉଛି । ଭାରତ ମସୁଦକୁ ଅନ୍ତର୍ଜାତୀୟ ଆତଙ୍କବାଦୀ ଘୋଷଣା କରିବାକୁ ବିଶ୍ବ ସମୁଦାୟକୁ ନିବେଦନ କରିବା ସହ ଏ ଦିଗରେ ନିର୍ଣ୍ଣାୟକ ଲଢ଼େଇ ପାଇଁ ପ୍ରସ୍ତୁତ ବୋଲି କହିଛି ।

ଭାରତ ବିରୋଧରେ ଗୋଟିଏ ପରେ ଗୋଟିଏ ଆତଙ୍କବାଦୀ ହମଲା କରିବାରେ ଜୈସ ସକ୍ଷମ ହେଉଛି ଏବ˚ ଭାରତର ୧ ନମ୍ବର ଶତ୍ରୁ ଭାବେ ବିବେଚିତ ହୋଇଛି । ପାକିସ୍ତାନରେ ଜୈସ୍ ସ˚ଗଠନ ନାମରେ ଆତଙ୍କବାଦୀଙ୍କ ନିଯୁକ୍ତି, ତାଲିମ, ଆକ୍ରମଣ ପାଇଁ ନିୟୋଜନ ଏବ˚ ଅର୍ଥ ଓ ଅସ୍ତ୍ର ଯୋଗାଡ଼ ପର୍ଯ୍ୟନ୍ତ ସମସ୍ତ ଦାୟିତ୍ବ ମସୁଦ ହିଁ ନିର୍ବାହ କରୁଛି । ଆଜି ଆତ୍ମଘାତୀ ଆତଙ୍କବାଦୀ ଯେଉଁ ପରିମାଣର ବିସ୍ଫୋରକ ବ୍ୟବହାର କରିଥିଲା ସେଭଳି ପୂର୍ବରୁ ଘଟିନଥିଲା । ପ୍ରାୟ ୩୫୦ କିଲୋ ବିସ୍ଫୋରକ ବ୍ୟବହାର କରି ସିଆର୍‌ପିଏଫ୍‌ ବସ୍‌ ଉଡ଼ାଇବା ପ୍ରଥମ ଘଟଣା ।

ଭାରତୀୟ ସେନା ବିରୋଧରେ ଆତଙ୍କର ଯୁଦ୍ଧ ଜାରି ରଖିଥିବା ମସୁଦକୁ ପାକିସ୍ତାନ ସରକାର ଓ ସେନା ସମସ୍ତ ପ୍ରୋତ୍ସାହନ ଦେଉଛନ୍ତି । ପାକ୍‌ ସେନା ସହାୟତାରେ କଶ୍ମୀର ବିଚ୍ଛିନ୍ନତାବାଦୀଙ୍କୁ ହାତ କରି ପ୍ରଚୁର ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ କଶ୍ମୀରକୁ ପଠାଇବାରେ ଲାଗିଛି ମସୁଦ। ୨୦୦୧ରେ ସ˚ସଦ ଭବନ ଉପରେ ଆକ୍ରମଣ କରି ମସୁଦ ଭାରତକୁ ଜଣାଇ ଦେଇଥିଲା ଯେ ସେ ଭାରତର କିଭଳି ଭୟାନକ ଶତ୍ରୁ ଏବ˚ ଭାରତ ଉପରେ କେଉଁ ଧରଣର ହମଲା କରିପାରେ । ୨୦୦୧ ପରଠାରୁ ଆଜି ପର୍ଯ୍ୟନ୍ତ କେବଳ ଭାରତ ବିରୋଧରେ ହି˚ସା ହିଁ ମସୁଦର ଏକମାତ୍ର ଲକ୍ଷ୍ୟ ହୋଇଛି ।
ପଠାନକୋଟ ଏୟାରବେସ୍‌ ଉପରେ ଆକ୍ରମଣର ମୁଖ୍ୟ ଷଡ଼ଯନ୍ତ୍ରକାରୀ ଭାବେ ମସୁଦ ବିରୋଧରେ ବଳିଷ୍ଠ ପ୍ରମାଣ, ଆକ୍ରମଣରେ ନିୟୋଜିତ ଆତଙ୍କବାଦୀଙ୍କ ସହିତ ତା’ର କଥାବାର୍ତ୍ତା ଏବ˚ ଆକ୍ରମଣ କାର୍ଯ୍ୟକାରୀ କରିବା ପାଇଁ ସେ ନେଇଥିବା ପଦକ୍ଷେପ ସ˚ପର୍କିତ ସମସ୍ତ ପ୍ରମାଣ ଜାତୀୟ ତଦନ୍ତକାରୀ ସ˚ସ୍ଥା (ଏନ୍‌ଆଇଏ) ଦ୍ବାରା ପାକିସ୍ତାନକୁ ଦିଆଯାଇଥିଲେ ମଧୢ ପାକିସ୍ତାନ ଏହାକୁ ପ୍ରମାଣ ଭାବେ ଗ୍ରହଣ କରିବାକୁ ମନା କରିଦେଇଥିଲା । ପଠାନକୋଟ ହମଲାର ୭ ମାସ ପରେ ଉରି ସେନା ମୁଖ୍ୟାଳୟ ଉପରେ ଆକ୍ରମଣ କରି ୧୮ ଭାରତୀୟ ଯବାନଙ୍କୁ ହତ୍ୟା କରି ମସୁଦ ପୁଣି ନିଜକୁ ଭାରତର ୧ ନମ୍ବର ଶତ୍ରୁ ଭାବେ ସାବ୍ୟସ୍ତ କରିଥିଲା । ଆଜି ଜୈଶ୍‌ ଅବନ୍ତିପୋରାରେ ସବୁଠାରୁ ବଡ଼ ଆତ୍ମଘାତୀ ଆକ୍ରମଣ କରି ୪୪ ଯବାନଙ୍କ ଜୀବନ ନେବା ଘଟଣା କଶ୍ମୀରକୁ ଦୋହଲାଇ ଦେଇଛି ।