ପୁଣି ମଝି ରାସ୍ତାରେ ମାଡ଼ି ଆସିଲା ମୃତ୍ୟୁ : ସଡକ ଦୁର୍ଘଟଣାରେ ୨୩ ଶ୍ରମିକ ମୃତ । ଉଦ୍ଧାରକାର୍ଯ୍ୟ ଜାରି, ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି ।

923

କନକ ବ୍ୟୁରୋ : ଉତ୍ତରପ୍ରଦେଶର ମର୍ମନ୍ତୁଦ ସଡକ ଦୁର୍ଘଟଣା । ପ୍ରବାସୀ ଶ୍ରମିକଙ୍କୁ ନେଇ ଯାଉଥିବା ଗାଡିକୁ ଧକ୍କା ଦେଲା ଟ୍ରକ । ଫଳରେ ଘଟଣା ସ୍ଥଳରେ ୨୩ ଜଣ ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ତେବେ ଏହି ଦୁର୍ଘଟଣାରେ ୧୫ ଜଣ ଆହତ ହୋଇଛନ୍ତି । ଉତ୍ତରପ୍ରଦେଶର ଔରେୟାରେ ଘଟିଛି ଏପରି ଏକ ମର୍ମନ୍ତୁଦ ଦୁର୍ଘଟଣା । ଏପରି ଦୁର୍ଘଟଣା ବିଳମ୍ୱିତ ରାତିରେ ଘଟିଛି । ଖବର ପାଇବା ପରେ ଦମକଳ ବାହିନୀ. ସ୍ଥାନୀୟ ପୋଲିସ ପହଁଚି ଉଦ୍ଧାରକାମ ଜାରି ରଖିଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର ପରେ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ଶ୍ରମିକମାନେ ଏକ ଟ୍ରକ୍ରେ ରାଜସ୍ଥାନରୁ ଉତ୍ତରପ୍ରଦେଶ ଫେରୁଥିବା ବେଳେ ଲକ୍ଷେ୍ମୗ-ଆଗ୍ରା ଜାତୀୟ ରାଜପଥରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏକ ମାଲବାହୀ ଟ୍ରକ ସହ ଶ୍ରମିକମାନେ ଯାଉଥିବା ଟ୍ରକ୍ଟି ମୁହୁଁମୁହିଁ ଧକ୍କା ହେବାରୁ ଟ୍ରକ୍ରେ ଥିବା ଶ୍ରମିକଙ୍କ ମଧ୍ୟରୁ ୨୩ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳି ଛି। ଘଟଣାସ୍ଥଳରେ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ୟ୍ୟ ଜାରି ରହିଛି । ତେବେ ମୃତକଙ୍କ ସଂଖ୍ୟା ବଢ଼ିପାରେ ବୋଲି ସୂଚନା ମିଳିଛି ।