କନକ ବ୍ୟୁରୋ : ଟିଟିଲାଗଡରେ ଅଭାବନୀୟ କାଣ୍ଡ । ଲୋକେ ଭାଲୁକୁ ପିଟି ପିଟି ମାରିଦେବା ସହ ଛାଲ ଓ ମାଂସକୁ ନେଇଯାଇଛନ୍ତି । ଭାଲୁକୁ ପିଟି ପିଟି ମାରିଦେବାର ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଭାଲୁ ଟିଟିଲାଗଡର ଏକ ଛାତ୍ରାବାସରେ ଦୁଇଦିନ ହେଲା ଲୁଚି ରହି ଆତଙ୍କ ଚଳାଇଥିଲା । ଭାଲୁ ଆକ୍ରମଣରେ ୩ ଜଣ ଗୁରୁତର ହୋଇଥିଲେ ।
ପରେ ଲୋକେ ଭାଲୁକୁ ପଥର, ଠେଙ୍ଗା ସହାୟତାରେ ପିଟିପିଟି ମାରିଦେଇଥିଲେ । ପିଟାପଡା ଫୁଲମତୀ ଜଙ୍ଗଲରେ ଭାଲୁର ମୃତଦେହ ଠାବ କରାଯାଇଛି । ଭାଲୁର ଛାଲ,ମାଂସ, ହାଡ, ନଖ ଓ ଦାନ୍ତକୁ ଲୋକେ ବାହାର କରି ନେଇଯାଇଛନ୍ତି । ଭାଲୁର ମୃତଦେହ ବ୍ୟବଚ୍ଛେଦ କରାଯିବା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବନବିଭାଗ କହିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/04/bear.jpg)